କିରଣ ଜଣେ ଯୋଦ୍ଧା, ଖୁବ୍‌ଶୀଘ୍ର ଭଲ ହୋଇଯିବେ: ଅନୁପମ ଖେର

ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କିରଣ ଖେର ବ୍ଲଡ କ୍ୟାନ୍‌ସରରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି। ୬୮ ବର୍ଷିୟ କିରଣ ଖେର ଗତ ବର୍ଷ ମଲ୍ଟିପଲ ମାଇଲୋମା ନାମକ ଏକ ରୋଗରେ ଆକ୍ରାନ୍ତ ଥିବା ତାଙ୍କ ସ୍ବାମୀ ତଥା ଅଭିନେତା ଅନୁପମ ଖେର ସ୍ପଷ୍ଟ କରିଛନ୍ତି। ଏକ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି, ଗୁଜବ ପ୍ରଚାର ନହେବା ପାଇଁ ମୁଁ ଏହାକୁ ଶେୟାର କରୁଛି। ମୁଁ ଏବଂ ସିକନ୍ଦର(ପୁଅ) ଜଣାଇବାକୁ ଚାହୁଁଛୁ, କିରଣ ମଲ୍ଟିପଲ ମାଇଲୋମା ଏକ ପ୍ରକାର ବ୍ଲଡ କ୍ୟାନ୍‌ସରରେ ପୀଡିତ। ସେ ଏବେ ଚିକିତ୍ସିତ ହେଉଛନ୍ତି ଏବଂ ଆମେ ନିଶ୍ଚିତ ଯେ ସେ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବେ। ସେ ଜଣେ ଯୋଦ୍ଧା। ସେ ହୃଦୟରୁ ସବୁକିଛି କରନ୍ତି। ଏଥିପାଇଁ ଲୋକେ ତାଙ୍କୁ ଭଲ ପାଆନ୍ତି। ତେଣୁ ସେ ଖୁବ୍‌ଶୀଘ୍ର ଆରୋଗ୍ୟ ହୋଇଯିବେ ବୋଲି ଅନୁପମ ଆଶାବାଦୀ ଅଛନ୍ତି। ପ୍ରଶଂସକଙ୍କ ପ୍ରାର୍ଥନା ପାଇଁ ସେ କୃତଜ୍ଞ ବୋଲି କହିଛନ୍ତି।

Share