ଶୁଟିଂ ସେଟ୍‌ରେ ଆହତ ହେଲେ ଅନୁପମ ଖେର

ମୁମ୍ବାଇ: ବଲିଉଡର ଅନ୍ୟତମ ପ୍ରତିଭାବାନ ଅଭିନେତାଙ୍କ ମଧ୍ୟରୁ ଅନୁପମ ଖେର ଅନ୍ୟତମ। ସେ ଚଳଚ୍ଚିତ୍ରରେ ଅନେକ ପ୍ରକାରର ଭୂମିକା ଗ୍ରହଣ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବିଜୟ ୬୯’ ଶୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ଶୁଟିଂ ସମୟରେ ସେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ସୋମବାର ଇନଷ୍ଟାଗ୍ରାମରେ ଶେୟାର କରି ଅନୁପମ ଏହି ସୂଚନା ଦେଇଛନ୍ତି।

ଫଟୋରେ ଅଭିନେତା କଳା ରଙ୍ଗର ସ୍ଲିଙ୍ଗ ପିନ୍ଧିଛନ୍ତି ଏବଂ ତାଙ୍କ ହାତରେ ଏକ ବଲ ଦେଖାଯାଉଛି । ଅନୁପମ ପୋଷ୍ଟର କ୍ୟାପଶନରେ ଲେଖିଛନ୍ତି, ତୁମେ ଏକ ସ୍ପୋର୍ଟସ ଫିଲ୍ମରେ ଯଦି ଆଘାତ ନ ପାଇଛ !! ତାହା କିପରି ହେବ?

Share