ସୋସିଆଲ ମିଡିଆରେ କାମ ମାଗିଲେ ଅନୁପମ୍‌ ଖେରଙ୍କ ପୁଅ; ନିର୍ଦ୍ଦେଶକ ଦେଲେ ଏଭଳି ଜବାବ

ବମ୍ବେ: ସୋସିଆଲ ମିଡିଆରେ କାମ ମାଗିଲେ ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ପୁଅ ସିକନ୍ଦର। ଏହାକୁ ନେଇ ସେ ଏକ ପୋଷ୍ଟ କରିଛନ୍ତି ମଧ୍ୟ। ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରି ସିକନ୍ଦର ଲେଖିଛନ୍ତି, କାମ ଖୋଜୁଛି, ହସି ବି ପାରେ। ପୋଷ୍ଟଟି ଏବେ ଭାଇରାଲ ହେଉଥିବା ବେଳେ ଫିଲ୍ମଜଗତ ସହ ଜଡ଼ିତ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ସିକନ୍ଦରଙ୍କ ପୋଷ୍ଟରେ ନିର୍ଦ୍ଦେଶକ ଅପୂର୍ବ ଲଖିୟା ଲେଖିଛନ୍ତି, ଅମିତାଭ ବଚ୍ଚନଙ୍କ ପରେ ଯଦି କୌଣସି ବ୍ୟସ୍ତ ଅଭିନେତାଙ୍କୁ ଜାଣିଛି ତେବେ ସେ ଆପଣ। ସେହିଭଳି ଅଙ୍ଗଦ ବେଦୀ ହସି ହସି ଗଡ଼ିବାର ଇମୋଜି କମେଣ୍ଟ ଦେଇଛନ୍ତି।

୨୦୦୮ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ସିକନ୍ଦର। ଖେଲେ ହମ୍‌ ଜି ଜାନ୍‌ ସେ, ପ୍ଲେୟର୍ସ, ଔରଙ୍ଗଜେବ, ତେରେ ବିନ୍‌ ଲାଡେନ୍‌ ୨, ରୋମିୟୋ ଅକବର ବୋଲ୍ଟର, ଦ ଜୋୟା ଫାକ୍ଟର ଆଦି ଫିଲ୍ମରେ ସେ କାମ କରିଛନ୍ତି। ଆଗାମୀ ଦିନରେ ତାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ହେବାକୁ ଯାଉଛି। ଏହାଛଡ଼ା ଓ୍ବେବ୍‌ସିରିଜ୍‌ରେ ମଧ୍ୟ ସେ କାମ କରିଛନ୍ତି। ହେଲେ ଏବେ ସେ କାମ ମାଗିବାକୁ ନେଇ ଚର୍ଚ୍ଚା ହେଉଛି। ଅନେକ ସେ ଫଟୋର କ୍ୟାପଶନରେ ମଜା କରି ଏଭଳି ଲେଖିଥିବା କହୁଛନ୍ତି।

Share