ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର, ଦୁଃଖ ପ୍ରକାଶ କଲେ ଅନୁପମ

ବମ୍ବେ: ଘୋଷଣା ହୋଇଛି ୬୯ତମ ଜାତୀୟ ପୁରସ୍କାର। ଏଥିରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନରଗିସ ଦତ୍ତ ଶ୍ରେଷ୍ଠ ଫିଚ୍‌ର ଫିଲ୍ମ ପୁରସ୍କାର ମିଳିଛି। ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଅଭିନେତା ଅନୁପମ ଖେର। ହେଲେ ନିଜକୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିନାହିଁ ବୋଲି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅଲ୍ଲୁ ଅର୍ଜୁନଙ୍କୁ ‘ପୁଷ୍ପା: ଦ ରାଇଜ’ ଲାଗି ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଅନୁପମ ଏକ ଟୁଇଟ୍‌ କରି କହିଛନ୍ତି, ‘ଆମ ଫିଲ୍ମକୁ ସମ୍ମାନ ମିଳିବା ଖୁସିର କଥା। ହେଲେ ଯଦି ଶ୍ରେଷ୍ଠ ଅଭିନେତା ଭାବେ ମୋତେ ଚୟନ କରାଯାଇଥାନ୍ତା ତେବେ ଅଧିକ ଖୁସି ହୋଇଥାନ୍ତି। ହେଲେ ଯଦି ସବୁ ଆଶା ପୂରଣ ହୋଇଯିବ କାମ କରିବାକୁ ଇଚ୍ଛା ଲାଗିବ ନାହିଁ। ଆଗାମୀ ଥର ଦେଖିବା। ସମସ୍ତ ବିଜେତାଙ୍କୁ ଅଭିନନ୍ଦନ । ଜୟ ହୋ। ’

Share