‘ଦ କଶ୍ମୀର ଫାଇଲ୍ସ’ ବିବାଦ ମଧ୍ୟରେ ସିଦ୍ଧି ବିନାୟକ ମନ୍ଦିର ପହଞ୍ଚିଲେ ଅନୁପମ ଖେର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ସବୁବେଳେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ନିଜର ମନ୍ତବ୍ୟକୁ ନେଇ ବିଭିନ୍ନ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ଅନୁପମ ଖେରଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଅନେକ ବିବାଦ ଲାଗି ରହିଛି। ଆଇଏଫ୍‌ଏଫ୍‌ଆଇ ୨୦୨୨ର ସମାପନ ସମାରୋହରେ ଇସ୍ରାଏଲର ଫିଲ୍ମ ନିର୍ମାତା ନାଦବ ଲାପିଡ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ମ’କୁ ମିଥ୍ୟା ଓ କପୋଳକଳ୍ପିତ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ ଅନୁପମ ଖେର ମଧ୍ୟ ନିଜର ପ୍ରତିକ୍ରିୟା ରଖିବା ସହ ଲାପିଡଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତେବେ ସବୁ ବାଦ ବିବାଦ ମଧ୍ୟରେ ଅନୁପମ ଖେର ବର୍ତ୍ତମାନ ମୁମ୍ବାଇର ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ଦର୍ଶନ କରିବାକୁ ପହଞ୍ଚିଛନ୍ତି। ବୁଧବାର ସକାଳେ ଅନୁପମ ଖେର ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଲେଟେଷ୍ଟ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଅନୁପମ ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରରେ ଉପସ୍ଥିତ ଥିବା ବେଳେ ତାଙ୍କ ହାତରେ ଏକ ଫଟୋ ଫ୍ରେମ ଏବଂ ତାଙ୍କର ଆଗାମୀ ଫିଲ୍ମ ‘ଦ ସିଗ୍ନେଚର’ପୋଷ୍ଟର ଧରିଥିବା ଦେଖିବାକୁ ମିଳିଛି। ଏଥିସହ ସେ କ୍ୟାପସନରେ ଲେଖିଛନ୍ତି, ସମସ୍ତଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି। ନିର୍ଦ୍ଦେଶକ ଗଜେନ୍ଦ୍ର ଅହିରେ ଗୋଢ଼ଙ୍କ ନିର୍ଦ୍ଦେଶିତ ଅପ୍‌କମିଂ ଫିଲ୍ମ ‘ଦ ସିଗ୍ନେଚର’ର ଶୁଟିଂ ଶେଷ ହୋଇଛି। ଏହି ଫଲ୍ମରେ ଅନୁପମ ଖେରଙ୍କ ସହ ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ମହିମା ଚୌଧରୀଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Share