କୋଟିଏ ଟଙ୍କାର କାର୍‌ ଛାଡ଼ି ଅଟୋରେ ଗଲେ ଅନୁପମ୍‌, କହିଲେ ଏହାର କାରଣ…

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଅନୁପମ ଖେର ତାଙ୍କ ଫିଲ୍ମ ‘ଶିବ ଶାସ୍ତ୍ରୀ ବଲ୍‌ବୋଆ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଅଭିନେତାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଯେଉଁଥିପାଇଁ ସେ ନିଜକୁ ସଂପୂର୍ଣ୍ଣ ପ୍ରସ୍ତୁତ କରୁଛନ୍ତି। ଦିଲ୍ଲୀରେ ଏହି ଫିଲ୍ମର ଏକ ସ୍ବତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଯେଉଁଠିକି ଅଭିନେତା ଏକ ଅଟୋରେ ଆସୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପୋଷ୍ଟ ଶେୟାର କରି ଅଭିନେତା ଏ ସମ୍ପର୍କରେ କହିଛନ୍ତି।

ଭିଡିଓ ଶେୟାର କରି ଅନୁପମ, କହିଛନ୍ତି ‘ସବୁ କିଛି ହୋଇପାରିବ’। ରବିବାର ଦିଲ୍ଲୀରେ ମୋ’ ଫିଲ୍ମ ‘ଶିବ ଶାସ୍ତ୍ରୀ ବଲବୋଆ’ର ଏକ ସ୍ବତନ୍ତ୍ର ସ୍କ୍ରିନିଂ ହୋଇଥିଲା। ଡ୍ରାଇଭର ମୋତେ ଭୁଲ୍‌ ଥିଏଟରରେ ଓହ୍ଲାଇଦେଲା। ତେଣୁ ମୋତେ ମୋ’ ଶୁଟ୍‌ ଏବଂ ବୁଟରେ ଅଟୋରେ ଯିବାକୁ ପଡ଼ିଲା। ମାଟିରେ ଓହ୍ଲାଇବା ବହୁତ ମଜା ଥିଲା। ଏହା ସହିତ ସେ ତିନୋଟି ହ୍ୟାସଟ୍ୟାଗ୍‌ ଲାଇଫ, କୁଛ ଭି ହୋ ସକ୍‌ତା ହୈ’ ଏବଂ ଏକ ହସ ଇମୋଜି ବ୍ୟବହାର କରିଥିଲେ। ପ୍ରଶଂସକମାନେ ଅଭିନେତାଙ୍କର ଏହି ଭିଡିଓକୁ ଖୁବ୍‌ ପସନ୍ଦ କରିଛନ୍ତି।

Share