ବୁଢ଼ୀ ‘ଅନୁପମା’ଙ୍କୁ ଦେଖି ପ୍ରଶଂସକଙ୍କ ବଢ଼ିଲା ବିପି

ବମ୍ବେ: ଚର୍ଚ୍ଚାରେ ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’। ନିକଟରେ ନିର୍ମାତା ଏହାର ଲିପ୍‌ ନେଇ ଘୋଷଣା କରିଥିଲେ, ଯାହାର ପ୍ରମୋ ହୋଇଛି ରିଲିଜ। ଏହାପରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଆକ୍ରୋଶ ଦେଖିବାକୁ ମିଳୁଛି। ବିଶେଷକରି ରୂପାଲିଙ୍କ ଲୁକ୍‌ ପସନ୍ଦ ଆସୁ ନ ଥିବା କୁହାଯାଉଛି।

୧୫ ବର୍ଷ ବିତିଥିବାରୁ ଶାହା ହାଉସ୍‌ର ସମସ୍ତ ଛୁଆ ବଡ଼ ହୋଇଛନ୍ତି। ଅନୁପମା ମଧ୍ୟ ବୁଢ଼ୀ ହୋଇଛନ୍ତି। ସେ ‘ଅନୁ କି ରଷୋଇ’ ଯୋଗେ ସମସ୍ତଙ୍କ ପେଟ ପୋଷୁଛନ୍ତି। ଏମିତିରେ ଦର୍ଶକ ପ୍ରମୋକୁ ପସନ୍ଦ କରୁନାହାନ୍ତି।

ପ୍ରମୋରେ ଅଭିନେତା ଶିବମ ଖଜୁରିଆଙ୍କ ଏଣ୍ଟ୍ରି ହୋଇଛି। ସେ ଅନୁପମାଙ୍କ ବ୍ୟବସାୟରେ ପାର୍ଟନର ହୋଇଥିବା କହୁଛନ୍ତି। ସେହିଭଳି ଆଧ୍ୟାଙ୍କ ଭୂମିକାରେ ଅଲିଶା ପରଓ୍ବିନ ନଜର ଆସୁଛନ୍ତି। ହେଲେ ସେ ଅନୁପମାଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଅପରପକ୍ଷେ ଅନୁଜ, କିଞ୍ଜଲଙ୍କ ଭଳି ଚରିତ୍ର ନଜର ଆସିନାହାନ୍ତି।

‘ଅନୁପମା’ର ନୂଆ ରୂପକୁ ଦେଖି ସୋସିଆଲ ମିଡିଆରେ ଦର୍ଶକ ନିଜର ପ୍ରତିକ୍ରିୟା ରଖୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଡିକେପି ଆପଣ ସମସ୍ତ ଘୃଣାର ପାତ୍ର। ସେମିତି ଆଉ ଜଣେ ଲେଖିଛନ୍ତି, ଏତେ ବଡ଼ ଲିପ୍‌ ନେବାର ଆବଶ୍ୟକତା କ’ଣ ଥିଲା। ଏବେ ନିବ୍ବା, ନିବ୍ବିର ପ୍ରେମକାହାଣୀ ଦେଖାଇବ ନାହିଁ। ତେବେ ଶୋ’ରୁ ପୂର୍ବରୁ ନିଶି ସକ୍ସେନା ଏବଂ ଗୌରବ ଶର୍ମା ବାହାର ହୋଇଛନ୍ତି।

Share