Categories: ଖେଳ

ଏସିଆନ୍‌ ଗେମ୍ସ ପାଇଁ ଅନୁପମାଙ୍କୁ ଯୋଗ୍ୟତା

ଭୁବନେଶ୍ୱର, ୨୭ା୬, (ବିଜୟ ରଣା): ସେପ୍ଟେମ୍ବରରେ ଚାଇନାର ହାଙ୍ଗ୍‌ଝୋଠାରେ ହେବାକୁଥିବା ଏସିଆନ ଗେମ୍ସର ଜୁ ଜିତ୍‌ଷୁ ଇଭେଣ୍ଟରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ଓଡ଼ିଶାର ଅନ୍ତର୍ଜାତୀୟ ଖେଳାଳି ଅନୁପମା ସ୍ବାଇଁ। ଉତ୍ତରାଖଣ୍ଡର ହଲଦ୍ୱାନୀଠାରେ ଅନୁଷ୍ଠିତ ସିଲେକ୍ସନ ଟ୍ରାଏଲ୍‌ରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସୂଚନାଯୋଗ୍ୟ, ଅନୁପମା ଗତ ୫ଟି ଜାତୀୟ ଜୁ ଜିତ୍‌ଷୁ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିଲେ। ଏହାଛଡ଼ା ଗତ ୩ଟି ଏସୀୟ ଜୁ ଜିତ୍‌ଷୁ ପ୍ରତିଯୋଗିତାରେ ସେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନୁପମା ଜୁ ଜିତ୍‌ଷୁ ବ୍ୟତୀତ ଶକ୍ତି ଉତ୍ତୋଳନରେ ମଧ୍ୟ ଏସିଆ ଚାମ୍ପିୟନ ହୋଇଛନ୍ତି। ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ଅନୁପମାଙ୍କୁ ଓଡ଼ିଶା ଜୁ ଜିତ୍‌ଷୁ ସଂଘ ପକ୍ଷରୁ ଅନୁପମାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Share