ରାତାରାତି ଶୋ’ରୁ ବାହାର ହେଲେ ଅନୁପମାଙ୍କ ଗେହ୍ଲା ପୁଅ

ବମ୍ବେ: ଷ୍ଟାର ପ୍ଲସରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଅନୁପମା’ଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର। ଶୋ’ରେ ଅନୁପମାଙ୍କ ଗେହ୍ଲା ପୁଅ ଭାବେ ନଜର ଆସୁଥିବା ଅଭିନେତା ପାରସ କଲନାବତଙ୍କୁ ବାହାର କରିଦିଆଯାଇଛି। ନିର୍ଦ୍ଦେଶକ ରାଜନ ଶାହି ଏହା ସ୍ପଷ୍ଟ କରିଛନ୍ତି। ସେ ଶୋ’କୁ ନେଇ କରିଥିବା ଚୁକ୍ତିକୁ ଭାଙ୍ଗିଛନ୍ତି। କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ନୃତ୍ୟଭିତ୍ତିକ ରିୟାଲିଟି ଶୋ’ ‘ଝଲକ ଦିଖ୍‌ଲା ଜା’ରେ ନଜର ଆସିପାରନ୍ତି। ଏନେଇ ଆଧିକାରିକ ବିବୃତ୍ତି ଜାରି କରାଯାଇ ନ ଥିଲେ ହେଁ ଏକାପ୍ରକାର କଥା ସ୍ପଷ୍ଟ ବୋଲି କୁହାଯାଉଛି। ଏହା ଜଣାପଡ଼ିବା ପରେ ନିର୍ମାତାମାନେ ପାରସଙ୍କୁ ରାତାରାତି ବାହାର କରିଦେଇଛନ୍ତି।

ପାରସ ‘ଅନୁପମା’ ସହ ପ୍ରଥମ ଦିନରୁ ଜଡ଼ିତ ଥିଲେ। ସେ ଜଣେ ଆଜ୍ଞାକାରୀ ପୁଅ ଭାବେ ନଜର ଆସୁଥିଲେ। ସେ ତାଙ୍କ ମା’ଙ୍କୁ ସେ ସବୁ ପରିସ୍ଥିତିରେ ସମର୍ଥନ କରିଥାନ୍ତି। ମା’-ପୁଅଙ୍କ ସମ୍ପର୍କକୁ ଦର୍ଶକେ ମଧ୍ୟ ବହୁତ ପସନ୍ଦ କରୁଥିଲେ।

ପାରସ ୨୦୧୭ରେ ଟେଲିଭିଜନ ଧାରାବାହିକ ‘ମେରି ଦୁର୍ଗା’ରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ସହ ଉର୍ଫି ଜାଭେଦ ଥିଲେ। ଏହାପରେ ସେ ମରିୟମ ଖାନ୍‌ ରିପୋର୍ଟିଂ ଲାଇଭ୍‌, ଏ ଜିନ୍ଦେଗୀ, କୌନ ହୈ, ଲାଲ ଇସ୍କ ଭଳି ଶୋ’ରେ କାମ କରିଛନ୍ତି।

Share