ଅନୁପମାଙ୍କ ଜୀବନକୁ ଫେରିବେ ପୁରୁଣା ପ୍ରେମିକ

ବମ୍ବେ: ଟେଲିପରଦାର ଅନେକ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ଅନୁପମା’ ଅନ୍ୟତମ। ପାରିବାରିକ କାହାଣୀ ଉପରେ ପର୍ଯ୍ୟବଶିତ ଏହି ଧାରାବାହିକର ପ୍ରଶଂସକ ବେଶ ଅଧିକ। ପ୍ରାୟ ପ୍ରତିଦିନ ଏହି ଶୋ’ରେ ଭଳିକି ଭଳି ଡ୍ରାମା ଦେଖିବାକୁ ମିଳିଥାଏ। ନିର୍ମାତାମାନେ ଟିଆର୍‌ପି ତଥା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିବା ଲାଗି ସମସ୍ତ ପ୍ରକାର ପ୍ରୟାସ କରିଥାନ୍ତି। ଏବେ ଖୁବ୍‌ଶୀଘ୍ର ଅନୁପମାଙ୍କ ଜୀବନରେ ବଡ ଟୁଇଷ୍ଟ ଆସିବାକୁ ଯାଉଛି। ଭାବୁଛନ୍ତି କି କ’ଣ?

ଶୋ’ରେ ଏବେ ଦେଖିବାକୁ ମିଳୁଥିବା ଡ୍ରାମାକୁ ଗୋଟିଏ ପାଦ ଆଗକୁ ବଢ଼ିବ। ଅନୁପମାଙ୍କ ଜୀବନରେ ପୁରୁଣା ପ୍ରେମ ଫେରି ଆସିବ। କଲେଜ ବେଳର ବନ୍ଧୁ ତଥା ପ୍ରେମିକ ଖ୍ୟାତନାମା ବ୍ୟବସାୟୀ ଅନୁଜ କପାଡ଼ିଆଙ୍କୁ ଅନେକ କିଛି ପରିବର୍ତ୍ତନ ସହ ତାଙ୍କ ଜୀବନକୁ ଫେରିବେ। ବନ୍ଧୁମିଳନ ସମୟରେ ପରସ୍ପର ପୁଣିଥରେ ସାମ୍ନାସାମ୍ନି ହେବେ। ଏହାପରେ ଅନୁଜ ଅନୁପମାଙ୍କ ସ୍ବାମୀଙ୍କୁ ବ୍ୟବସାୟ ନିମନ୍ତେ ଏକ ପ୍ରସ୍ତାବ ଦେବେ। ଏଥିରେ ତାଙ୍କର କାରଖାନାକୁ ସ୍କୁଲରେ ପରିବର୍ତ୍ତନ କରାଯିବାକୁ ଡିଲ୍‌ ରହିଥିବ। ଆଗାମୀ ଏପିସୋଡରେ ତାହା ଦର୍ଶକ ଦେଖିପାରିବେ।

Share