ସାମ୍ନାକୁ ଆସିଲା ଅନୁପମଙ୍କ ଲୁକ୍‌, ଜୟପ୍ରକାଶ ନାରାୟଣ ଭୂମିକାରେ ଆସିବେ ନଜର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବାତ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ପୂର୍ବରୁ ଏହାର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିଲା ବେଳେ ଏବେ ଅଭିନେତା ଅନୁପମ ଖେରଙ୍କ ଲୁକ୍‌ ସାମ୍ନାକୁ ଆସିଛି। ତେବେ ଫିଲ୍ମ ‘ଏମରଜେନ୍ସି’ରେ ଅନୁପମ ବିପ୍ଳବୀ ନେତା ଜୟପ୍ରକାଶ ନାରାୟଣ ଭୂମିକାରେ ନଜର ଆସିବେ। କଙ୍ଗନା ନିଜେ ଜୟପ୍ରକାଶ ନାରାୟଣ ଲୁକ ଶେୟାର କରିଛନ୍ତି। କଙ୍ଗନାଙ୍କ ଏହି ପୋଷ୍ଟରେ ଅନୁପମ ଲେଖିଛନ୍ତି, ମୋତେ ଜୟପ୍ରକାଶ ନାରାୟଣଙ୍କ ଭୂମିକା ମିଳିଥିବାରୁ ବହୁତ ଧନ୍ୟବାଦ। ଏଥି ସହିତ ଅନୁପମ ବି ନିଜ ଲୁକକୁ ଶେୟାର କରି କ୍ୟାପସନରେ ଲେଖିଛନ୍ତି ‘ଏମରଜେନ୍ସି’ରେ ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ ଅଭିନୟ କରି ବହୁତ ଖୁସି। ମୁଁ ନିଜ ପାଇଁ ଗର୍ବିତ ଅନୁଭବ କରୁଛି।

Share