Categories: ଜାତୀୟ

ଅନୁପ୍ରିୟାଙ୍କ ଦଳକୁ ମିଳିପାରେ ୨୦ ଆସନ

ନୂଆଦିଲ୍ଲୀ, ୨୦ା୧: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଆଞ୍ଚଳିକ ଦଳଗୁଡ଼ିକ ସହ ଭାଜପା ମେଣ୍ଟ ଘୋଷଣା କରିଛି ା କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ଅପ୍‌ନା ଦଳ ଓ ସଞ୍ଜୟ ନିଷାଦଙ୍କ ନିଷାଦ ପାର୍ଟି ସହିତ ମିଶି ଆସନ ଭାଗବଣ୍ଟା କରାଯିବ ବୋଲି ବୁଧବାର ନୂଆଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ଉତ୍ତରପ୍ରଦେଶ ବିଧାନସଭାର ୪୦୩ ଆସନ ପାଇଁ ୭ ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥିପାଇଁ ସବୁ ଦଳ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ନିକଟରେ ଯୋଗୀ କ୍ୟାବିନେଟରୁ ୩ ମନ୍ତ୍ରୀ ଇସ୍ତଫା ଦେଇ ସମାଜବାଦୀ ପାର୍ଟି(ଏସ୍‌ପି)ରେ ସାମିଲ ହୋଇଛନ୍ତି। ଏହି ୩ ମନ୍ତ୍ରୀ ଓବିସି ବର୍ଗର ହୋଇଥିବାରୁ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଲାଭରେ ରହିବେ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ଓବିସି ଭୋଟରଙ୍କ ଉପରେ ପ୍ରଭାବ ରଖୁଥିବା ଅପ୍‌ନା ଦଳ ଓ ନିଷାଦ ପାର୍ଟିକୁ ଏଥର ଗୁରୁତ୍ୱ ଦେଇଛି। ଓବିସି ଭୋଟ ବ୍ୟାଙ୍କରୁ ଫାଇଦା ପାଇବା ପାଇଁ ଭାଜପା ନିଷାଦ ପାର୍ଟିକୁ ୧୫ ଏବଂ ଅପ୍‌ନା ଦଳକୁ ୧୮ରୁ ୨୦ ଆସନ ଛାଡ଼ି ଦେଇପାରେ।

Share