ପୁରୁଣା ଦିନକୁ ମନେ ପକାଇଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଇଣ୍ଡଷ୍ଟ୍ରିରେ ୧୭ ବର୍ଷ ପୂରଣ କରିଛନ୍ତି। ବଲିଉଡ କୁଇନ ଏହି ଅବସରରେ ଅନୁରାଗ ବାସୁଙ୍କ ସହ ତାଙ୍କ ପୁରୁଣା ଦିନର ସ୍ମୃତିକୁ ମନେପକାଇଛନ୍ତି। ଅନୁରାଗ ବାସୁଙ୍କ ସହ ଏକ ଫଟୋ ଶେୟାର କରି କଙ୍ଗନା ଲେଖିଛନ୍ତି, ଅନୁରାଗ ଲାଇଫ ଇନ ମେଟ୍ରୋର ଶୁଟିଂ ସମୟରେ ତାଙ୍କୁ ଇନଷ୍ଟ୍ରକଶନ ଦେଉଥିଲେ।
ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁଥିବା କଙ୍ଗନା ଶନିବାର ରାତିରେ ତାଙ୍କ ଫିଲ୍ମ ମେଟ୍ରୋ ଲାଇଫର ୧୭ ବର୍ଷ ପୂର୍ତ୍ତି ଅବସରରେ ଏକ ଇନଷ୍ଟାଗ୍ରାମ ଷ୍ଟୋରି ଶେୟାର କରିଛନ୍ତି। ଏହି ଷ୍ଟୋରି ସହ ଅଭିନେତ୍ରୀ ଏକ ଫଟୋ ବି ଶେୟାର କରିଛନ୍ତି। ଯେଉଁଥିରେ ସେ ଅନୁରାଗ ବାସୁଙ୍କ ସହ ଶୋଫାରେ ବସିଥିବା ନଜର ଆସିଛନ୍ତି। ଏଥିରେ କଙ୍ଗନା ବ୍ଲାକ ଡ୍ରେସରେ ପୋନିଟଲ ବାନ୍ଧିଥିବା ଦେଖାଯାଇଛି ଆଉ ତାଙ୍କ ସାମ୍ନାରେ ଅନୁରାଗ ବାସୁ ବସି ତାଙ୍କୁ କିଛି ବୁଝାଉଥିବା ଦେଖାଯାଇଛି।
ଏହି ଇନଷ୍ଟା ଷ୍ଟୋରିକୁ କଙ୍ଗନା ଅନୁରାଗଙ୍କୁ ଟ୍ୟାଗ କରି ଲେଖିଛନ୍ତି, ୧୭ ବର୍ଷ ପୂର୍ବେ ୨୮ ଏପ୍ରିଲ ୨୦୦୬ରେ ମୋତେ ଲଞ୍ଚ କରିଥିବା ଏହି ପାଗଳ ଜିନିୟସ ଅନୁରାଗ ବାସୁଙ୍କୁ ଧନ୍ୟବାଦ, ଏହି ମେଟ୍ରୋ ସେଟ(୨୦୦୬)ରେ ତାଙ୍କ ତରଫରୁ ମୋର ଏକ ଫଟୋ, ଏହିଭଳି ଭାବେ ସେ ମୋତେ ଟ୍ରେନିଂ ଦେଇଛନ୍ତି। ‘ତୁ ଚୁପ କର’ ଟ୍ରେନିଂ ସମୟରେ ତାଙ୍କର ଫେବରେଟ ଡାଏଲଗ.. ହା ହା ଆଇ ଲଭ ୟୁ ଅନୁ.. ହର ଚିଜ କେ ଲିୟେ ଧନ୍ୟବାଦ। ସେ ଆହୁରି ମଧ୍ୟ କହିଛନ୍ତି କି ଅଭିନେତ୍ରୀଙ୍କର ୪-୫ ବର୍ଷ ସେଲ୍ଫ ଲାଇଫ ହୋଇଥାଏ..ଖେର ମୁଁ ଇଣ୍ଡଷ୍ଟ୍ରିରେ ୧୭ ବର୍ଷ ପୂରଣ କରିଛି।

Share