Categories: ଜାତୀୟ

ଲକ୍ଷ୍ନୌ ପୂର୍ବରୁ ହାରିଲେ ଅନୁରାଗ ଭଦୁରିଆ

ଲକ୍ଷ୍ନୌ,୧୧।୩: ଲକ୍ଷ୍ନୌ ପୂର୍ବ ବିଧାନସଭା ଆସନରୁ ଭାଜପାର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଆଶୁତୋଷ ଟଣ୍ଡନ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱି ସମାଜବାଦୀ ପାର୍ଟିର ଟାଣୁଆ ନେତା ଅନୁରାଗ ଭଦୁରିଆଙ୍କୁ ୬୮ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

ଆଶୁତୋଷ ହେଉଛନ୍ତି ବରିଷ୍ଠ ଭାଜପା ନେତା ଲାଲଜୀ ଟଣ୍ଡନଙ୍କ ପୁଅ। ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଭାଲ କରିଛନ୍ତି। ଏପରିକି ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଲକ୍ଷ୍ନୌ ରାଜନୀତିରେ ତାଙ୍କ ପିତା ଲାଲଜୀ ଟଣ୍ଡନ ଏକ ଚେହେରା। ସେ ଲକ୍ଷ୍ନୌରୁ ଅନେକ ଥର ନିର୍ବାଚିତ ହୋଇଛନ୍ତି। ଏପରିକି ଆଶୁତୋଷ ୨୦୧୭ ନିର୍ବାଚନରେ ବିଜୟୀ ହୋଇ ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ।

 

Share