Categories: ଜାତୀୟ

ଅନୁରାଗ ଗୋଏଲ ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀ…

ଗୁଆହାଟୀ,୧୫।୬ : ଆସାମର ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଅନୁରାଗ ଗୋଏଲଙ୍କୁ ନିଯୁକ୍ତ କରାଯାଇଛି। ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୦ (୧୯୫୦ ର ୪୩) ର ଧାରା ୧୩-ଏ ର ଉପ-ଧାରା (୧) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ଆଇଏଏସ ଅଧିକାରୀ ଅନୁରାଗ ଗୋୟଲଙ୍କୁ ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି ବୋଲି ଆସାମ ସଚିବାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।

Share