ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ଅନୁରାଗ କାଶ୍ୟପଙ୍କ ଝିଅ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ଝିଅ ଆଲିଆ କାଶ୍ୟପ ଆଜି ତାଙ୍କ ପ୍ରେମିକ ସେନ ଗ୍ରେଗୋଇରେଙ୍କ ସହ ନିର୍ବନ୍ଧ କରିଛନ୍ତି। ଆଲିଆ ତାଙ୍କ ଚେହେରା ପାଇଁ ପ୍ରାୟତଃ ଲାଇମଲାଇଟ୍‌ରେ ରୁହନ୍ତି। ତାଙ୍କ ନିର୍ବନ୍ଧର କିଛଇ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଅନେକ ଫଟୋରେ ସେ ତାଙ୍କ ପିତା ଅନୁରାଗଙ୍କ ସହ ପୋଜ କରୁଥିବା ମଧ୍ୟ ନଜର ଆସିଛନ୍ତି।

Share