ମୁମ୍ବାଇ,୧।୧୦- ମୁମ୍ବାଇ ଭର୍ସୋଭା ପୋଲିସ ନିକଟରେ ଗୁରୁବାର ହାଜର ହୋଇଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ। ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା ଯୌନ ଶୋଷଣ ଅଭିଯୋଗରେ କଶ୍ୟପ ହାଜର ହୋଇଥିବା ଜଣାପଡିଛି। ଗୁରୁବାର ସକାଳେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଏହାପରେ ପୋଲିସ ଅଧିକାରୀମାନେ କଶ୍ୟପଙ୍କୁ ପ୍ରାୟ ୩ ଘଣ୍ଟା ଧରି ପଚରାଉଚରା କରିବାସହ ତାଙ୍କ ବୟାନ ରେକର୍ଡ କରିଛନ୍ତି। ପାୟଲ ଘୋଷ ଗୋଟିଏ ପଟେ ଅନୁରାଗ କଶ୍ୟପଙ୍କୁ ଗିରଫ କରିବାକୁ ଦାବି କରୁଥିବାବେଳେ ଅନୁରାଗ ପାୟଲଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ପାୟଲ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଏହାପରେ ପାୟଲ ପୋଲିସ ଷ୍ଟେଶନରେ ଅନୁରାଗଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।