Categories: ଜାତୀୟ

ବଲିଉଡ୍‌ ଅଭିନେତ୍ରୀଙ୍କ ଘରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ,୩।୩ : ବଲିଉଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ସମାଲୋଚକ ଭାବେ ଜଣାଶୁଣା ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସି ପନ୍ନୁଙ୍କ ଘରେ ବୁଧବାର ଆୟକର ବିଭାଗ (ଆଇଟି) ଚଢ଼ାଉ କରିଛି। ଟିକସ ଫାଙ୍କି ଅଭିଯୋଗରେ ଦୁଇ ଜଣଙ୍କୁ ପୁଣେରେ ପଚରାଉଚୁରା କରିଛନ୍ତି ଆୟକର ବିଭାଗ ଅଧିକାରୀ। ଟାଲେଣ୍ଟ ଏଜେନ୍ସି ଏକ୍ସିଡ୍‌ ଇଣ୍ଟରଟେନମେଣ୍ଟ ଓ କ୍ୱାନ ପରିସର ସମେତ ମୁମ୍ବାଇ ଓ ପୁଣେର ୩୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏକ୍ସିଡ୍‌ ଇଣ୍ଟରଟେନମେଣ୍ଟ ସହ କିଛି ବର୍ଷ ଧରି ଯୋଡ଼ି ହୋଇଥିଲେ ସେଫ ଅଲି ଖାନ।

”ମିଳିଥିବା ସୂଚନାକୁ ଆଧାର କରି ଆୟକର ବିଭାଗ ତା’ର କାର୍ଯ୍ୟ କରେ। ପରେ ମାମଲା କୋର୍ଟକୁ ଯାଏ“ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଉଲ୍ଲେଖଥାଉ କି, ଅନୁରାଗ ଓ ତାପସି ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଂଗରେ ସମାଲୋଚନା କରିଥିବା ଅତୀତରେ ନଜିର ରହିଛି। ବର୍ତ୍ତମାନ ଚାଲିଥିବା କୃଷକ ଆନ୍ଦୋଳନରେ ଦୁହେଁ କୃଷକଙ୍କୁ ସମର୍ଥନ କରିଥିଲେ।

Share