Categories: ଜାତୀୟ

ତେଜିଲା ଟ୍ବିଟର୍‌ ରାଜନୀତି: ଟ୍ବିଟର୍‌ ପୂର୍ବତନ ସିଇଓଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୬: ଟ୍ବିଟର୍‌ ରାଜନୀତିକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଟ୍ବିଟର୍‌ ପୂର୍ବତନ ସିଇଓ ଜ୍ୟାକ୍‌ ଡୋରସେଙ୍କ ବୟାନ ପରେ ବିରୋଧୀ ଲଗାତାର ସରକାରଙ୍କୁ ବିରୋଧ କରୁଥିବାବେଳେ ଭାଜପା ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛି। କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏନେଇ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ମିଛ। ଜ୍ୟାକ୍‌ ନିଜ କାରନାମକୁ ଲୁଚାଇବାକୁ ଚାହୁଁଛନ୍ତି। ଯେତେବେଳେ ଅନ୍ୟ ଜଣେ ଟ୍ବିଟର୍‌ କିଣିଲେ ସେତେବେଳେ ଟ୍ବିଟର୍‌ର ଫାଇଲ୍ସ ବିଷୟରେ ଖୁଲାସା ହୋଇପାରିଲା। ଏହି ପ୍ଲାଟ୍‌ଫର୍ମଙ୍କୁ କିପରି ଦୂରୁପଯୋଗ ଏବଂ ପକ୍ଷପାତ କରାଯାଇଥିଲା ତାହାମ ମଧ୍ୟ ଜଣା ପଡିଥିଲା। ଦେଶରେ ଯେତେବେଳେ ନିର୍ବାଚନ ଆସେ ସେହି ସମୟରେ ଏହିସବୁ ବିଦେଶୀ ଶକ୍ତି ମୁଣ୍ଡ ଟେକିଥା’ନ୍ତି। ସେମାନେ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ଦେଶରେ ଏହିପରି ସମସ୍ୟା ସୃଷ୍ଟି କରିଥା’ନ୍ତି।

ସେହିପରି ଇଲୋକ୍ର୍ଟନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି, ଟ୍ବିଟର୍‌ ଏପରି ଏକ କମ୍ପାଦୀ ଯିଏ ଭାରତୀୟ ନିୟମକୁ ପାଳନ କରିବା ଆବଶ୍ୟକ ମାନେ ନାହିଁ। ସେ ଏପରି ମନ୍ତବ୍ୟ ଦେଉଛି। ଭାରତ ସରକାର ଦେଶରେ କାମ କରୁଥିବା ସବୁ କମ୍ପାନୀକୁ ନେଇ ନିଜ ନିୟମ ସ୍ପଷ୍ଟ ରଖିଛନ୍ତି।

Share