ନୂଆଦିଲ୍ଲୀ,୧୯।୬: ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ’ଆଦିପୁରୁଷ’ର ସଂଳାପକୁ ନେଇ ବିବାଦ ବଢିବାରେ ଲାଗିଛି। ବାସ୍ତବରେ, ପ୍ରଭାସଙ୍କ ଅଭିନୀତ ମୁଭିରେ ରାମାୟଣର ଚରିତ୍ର ଏବଂ ବିଶେଷକରି ଏହାର ସଂଳାପକୁ ଅନେକ ନକାରାତ୍ମକ ରିଭ୍ୟୁ ମିଳିଛି। କୁହାଯାଉଛି ଯେ ଏହି ମୁଭିରେ ରାମାୟଣର ଚରିତ୍ରମାନଙ୍କୁ ଅସମ୍ମାନ କରାଯାଇଛି ଏବଂ ଧାର୍ମିକ ଭାବନାରେ ଆଘାତ ଲାଗିଛି। ଏଭଳି ପରିସ୍ଥିତିରେ ସରକାର ମଧ୍ୟ ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
‘ଆଦିପୁରୁଷ’ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରିବାର ଅଧିକାର କାହାକୁ ଦିଆଯାଇପାରିବ ନାହିଁ। ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ (ସିବିଏଫସି) କୁ ଏହା ଉପରେ ନିଷ୍ପତ୍ତି ନେବାକୁ ପଡିବ। ସେ ଏହା ମଧ୍ୟ କହିଛନ୍ତି ଯେ ନିର୍ମାତା ଫିଲ୍ମର ସଂଳାପ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ବୋଲି ମୁଁ ରିପୋର୍ଟ ପାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜେ ଏହାର ଯତ୍ନ ନେବେ। ଧାର୍ମିକ ଭାବନା ଆଘାତ ପାଇବ ନାହିଁ, ଅନ୍ତତଃ ପକ୍ଷେ ତାଙ୍କ ଅଧୀନରେ ନୁହେଁ।