Categories: ଜାତୀୟ

ଅପରାଧିଙ୍କ ସହ ରହିଛି ସମାଜବାଦି ପାର୍ଟି: ଅନୁରାଗ ଠାକୁର

ନୂଆଦଲ୍ଲୀ,୧୨ ।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ଏହାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଫେବୃୟାରୀ ୧୪ରେ କରାଯିବ । ଶନିବାର ହେଉଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିବସ । ଏହି ଦିନ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସମାଜବାଦି ପାର୍ଟିକୁ ଟାର୍ଗେଟ କରିଛନ୍ତି । ଅନୁରାଗ କହିଛନ୍ତି , ସମାଜବାଦୀ ପାର୍ଟି ପୁଣିଥରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛି । ସେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ନାହିଦ ହସନଙ୍କୁ ମନେ ପକାଇଥିଲା, ଦ୍ୱିତୀୟ ପର୍ଯ୍ୟାୟରେ ଆଜମ ଖାଁଙ୍କ ବିଷୟରେ ଚିନ୍ତା କରୁଛି । ୫-୬ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳକୁ ସେ ଅତିକ ଅହମ୍ମଦ ଓ ମୁଖତାର ଅଂସାରୀଙ୍କୁ ମନେ ପକାଇବ । ତେଣୁ ଅପରାଧିକଙ୍କ ସହ ସମାଜବାଦୀ ପାର୍ଟି ଜଡିତ ହୋଇ ରହିଛି ବୋଲି ଠାକୁର କହିଛନ୍ତି ।

Share