Categories: ଖେଳ

ଅଶ୍ୱଚାଳନାରେ ଅନୁଷ ଅଗ୍ରୱାଲ ଜିତିଲେ ବ୍ରୋଞ୍ଜ

ହାଙ୍ଗଝୋ,୨୮।୯: ଚାଇନାର ହାଙ୍ଗଜୋରେ ଚାଲିଥିବା ଏସିଆନ ଗେମ୍ସରେ ଭାରତ ଭଲ ପ୍ରଦର୍ଶନ ଜାରି ରଖିଛି। ଅଶ୍ୱଚାଳନା ଡ୍ରେସେଜ (ବ୍ୟକ୍ତିଗତ) ଇଭେଣ୍ଟରେ ଭାରତର ଅନୁଷ ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି। ଏହି ଇଭେଣ୍ଟରେ ମାଲେସିଆ ଖେଳାଳି ୭୫.୭୮୦ ପଏଣ୍ଟ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ହଂକଂ ଖେଳାଳି ୭୩.୪୫୦ ପଏଣ୍ଟ ସହ ରୌପ୍ୟ ପଦକ ଜିତିଛନ୍ତି।

ଭାରତର ଅନୁଷ ଅଗ୍ରୱାଲ ୭୩.୦୩୦ ସ୍କୋର କରି ଏହି ଇଭେଣ୍ଟରେ ତୃତୀୟ ସ୍ଥାନ କରିବା ସହ ବ୍ରୋଞ୍ଜ ପଦକ ପାଇଛନ୍ତି। ଏସିଆନ ଗେମ୍ସ ଇତିହାସରେ ଅଶ୍ୱଚାଳନା ବ୍ୟକ୍ତିଗତ ଡ୍ରେସେଜରେ ଏହା ହେଉଛି ଭାରତର ପ୍ରଥମ ପଦକ।

Share