ମା’ ହେବା ପରେ ଏମିତି ବଦଳିଗଲେଣି ଅନୁଷ୍କା

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ସ୍ବାମୀ ବିରାଟ କୋହଲି ଜାନୁୟାରୀରେ ମା-ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗର୍ଭବତୀ ପୂର୍ବରୁ ଏବଂ ପରେ ଅନୁଷ୍କା ନିଜକୁ ଖୁବ୍‌ ଫିଟ୍‌ ରଖିଛନ୍ତି। ଏବେ ମା ହେବା ପରେ ସେ ଆହୁରି ଅଧିକ ଫିଟ୍‌ ହୋଇଯାଇଛନ୍ତି। ଅନୁଷ୍କା ସୋସିଆଲ ମିଡିଆରେ ଏବେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

ଫଟୋରେ ଅନୁଷ୍କା ଲାଇଟ୍‌ କଲର ଡେନିମ ଡ୍ରେସ୍‌ ପିନ୍ଧି ଗୋଟିଏ ସ୍ଥାନରେ ବସିଥିବା ନଜର ଆସିଛନ୍ତି। ତାଙ୍କ ଉପରେ ସୂର୍ଯ୍ୟଙ୍କ କିରଣ ବି ପଡ଼ିଛି। ଡାର୍କ ବ୍ୟାକ୍‌ଗ୍ରାଉଣ୍ଡ ଥିବା ଫଟୋରେ ଅନୁଷ୍କାଙ୍କ ଚେହେରା ଆହୁରି ଉଜ୍ଜ୍ୱଳ ଦିଶୁଛି। ଏହି ଫଟୋ ଶେୟାର କରି ଅନୁଷ୍କା କ୍ୟାପ୍‌ଶନ ଲେଖିଛନ୍ତି, ‘ଲାଇଟ୍‌ କ୍ୟାଚର’ ଅର୍ଥାତ୍‌ କିରଣ ଧରିବାବାଲା।

ପ୍ରଶଂସକମାନେ ଅନୁଷ୍କାଙ୍କ ଫଟୋରେ ଭଲ ଭଲ କମେଣ୍ଟସବୁ ଦେଉଛନ୍ତି। କିଛି ୟୁଜର ହାର୍ଟ ଇମୋଜି ଦେଇଥିବା ବେଳେ ଆଉ କିଛି ଫାୟାର ଇମୋଜି ଦେଇଛନ୍ତି। କେହି କେହି ବିୟୁଟିଫୁଲ, ଅସମ, ବେଷ୍ଟ ମଦର ପରି କମେଣ୍ଟ ବି ଦେଇଛନ୍ତି।

Share