ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଜଣାଶୁଣା ବ୍ରାଣ୍ଡ ‘ପୁମା’ ମଧ୍ୟରେ ସୋସିଆଲ ମିଡିଆରେ ଲଢ଼େଇ ଆରମ୍ଭ ହୋଇଯାଇଛି। ‘ପୁମା’ ବ୍ରାଣ୍ଡର ଏକ ପୋଷାକକୁ ଅନୁଷ୍କା ପିନ୍ଧିଥିଲେ। କମ୍ପାନୀ ଉକ୍ତ ଫଟୋକୁ ବିଜ୍ଞାପନ ଭାବରେ ବ୍ୟବହାର କରି ଅନୁଷ୍କାଙ୍କ କ୍ରୋଧର ଶିକାର ହୋଇଛି। ଅନୁଷ୍କା ‘ପୁମା’ ବ୍ରାଣ୍ଡ୍ର ଏକ ପୋଷାକ ପିନ୍ଧି ବସିଥିବା ଫଟୋ ଶେୟାର କରିଥିଲେ। ଅନୁଷ୍କା ତାଙ୍କର ଏହି ବିଜ୍ଞାପନ ଫଟୋ ପୋଷ୍ଟ୍ରେ ଲେଖିଛନ୍ତି, ମୋ ଫଟୋ ଆପଣଙ୍କ ଲୋକପ୍ରିୟତା ହାସଲ କରିବା ପାଇଁ ବ୍ୟବହାର କରିବା ପୂର୍ବରୁ ଅନୁମତି ନେବା ଜରୁରୀ ବୋଲି ଜଣାଥିବ। ମୁଁ ଆପଣଙ୍କ ବ୍ରାଣ୍ଡ୍ ଆମ୍ବାସାଡର ନୁହେଁ ବୋଲି ଆପଣ ଜାଣିବା ଉଚିତ୍ ଥିଲା। ଏହାକୁ ତୁରନ୍ତ ବନ୍ଦ କରିବାକୁ ଅନୁଷ୍କା ତାଙ୍କ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ଲେଖିଛନ୍ତି। ଏଥିରେ ଅନୁଷ୍କାଙ୍କ ସ୍ବାମୀ କ୍ରିକେଟର ବିରାଟ କୋହଲି ମଧ୍ୟ ‘ପୁମା’ ଏପରି ଆଚରଣରେ ଅନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିରେ କମ୍ପାନୀ ପକ୍ଷରୁ ପୁମା ଏକ୍ସ ଅନୁଷ୍କାଙ୍କ ଏକ ପେପର ଉପରେ କନ୍ଫିଡେନ୍ସିଆଲ ବୋଲି ଷ୍ଟାମ୍ପ ଥିବା ଫଟୋ ଶେୟାର କରିଛି।