କୋହଲିଙ୍କୁ ମିସ୍‌ କରୁଛନ୍ତି ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସ୍ବାମୀ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବହୁତ ମିସ୍‌ କରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ଏକ ଇମୋଶନାଲ ପୋଷ୍ଟ କରି କୋହଲିଙ୍କୁ ମିସ୍‌ କରୁଥିବା କହିଛନ୍ତି।
ଅନୁଷ୍କା ଏବେ ତାଙ୍କର ଆଗାମୀ ଫିଲ୍ମ ଚକଡା ଏକ୍ସପ୍ରେସର ଶୁଟିଂ ପାଇଁ ଲଣ୍ଡନରେ ଅଛନ୍ତି। କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତରେ ଅଛନ୍ତି। ଏଭଳି ପରିସ୍ଥିତିରେ ଅନୁଷ୍କା ବିରାଟଙ୍କୁ ବହୁତ ମିସ୍‌ କjରୁଛନ୍ତି। ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ଦୁହିଁଙ୍କ ଏକ ସୁନ୍ଦର ପୁରୁଣା ଫଟୋ ଶେୟାର କରି ଲେଖିଛନ୍ତି, ଯେତେବେଳେ ତୁମେ ଏହି ସ୍ଥାନଗୁଡ଼ିକରେ ଥାଅ, ଏହି ଜଗତ ଉଜ୍ଜ୍ୱଳ, ଆକର୍ଷଣୀୟ ଏବଂ ଅଧିକ ମଜାଳିଆ ଦେଖାଯାଏ। ଏହି ବ୍ୟକ୍ତିଙ୍କ ସହିତ ଏକ ହୋଟେଲ ବାୟୋ-ବବୁଲରେ ରହିଥିବ। ସ୍ବାମୀଙ୍କୁ ବହୁତ ମିସ୍‌ କରୁଥିତ୍ବା ପୋଷ୍ଟ।
ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ୨୦ ସେପ୍ଟେମ୍ବରରେ ମୋହାଲିରେ ଖେଳାଯିବ। ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ବିରାଟ କୋହଲି କେଶ ଲୁକ୍‌ ବଦଳାଇ ଦେଇଛନ୍ତି। ଏସିଆ କପ୍‌ରେ ଫର୍ମକୁ ଫେରିଥିବା କୋହଲି ଆଗାମୀ ଟି-୨୦ ବିଶ୍ୱକପ୍‌ରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଆଶା ରହିଛି।

Share