ଏହି ଦାମୀ ଜିନିଷକୁ ଭଲପାଆନ୍ତି ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ଆଜି ଅର୍ଥାତ୍‌ ମେ’ ୧ରେ ହେଉଛି ଜନ୍ମଦିନ। ଆଜିର ଏହି ଖାସ୍‌ ଦିନରେ କେଉଁ ଜିନିଷ ପ୍ରତି ଅନୁଷ୍କାଙ୍କର ରୁଚି ରହିଛି ସେ ସମ୍ପର୍କରେ ଜାଣନ୍ତୁ…

ଅନୁଷ୍କାଙ୍କ ନିକଟରେ ଦାମୀ ଗାଡ଼ି, ଘର, ପର୍ସ ବ୍ୟତୀତ ଆଉ କିଛି ଦାମୀ ଜିନିଷ ରହିଛି, ଯାହାକୁ ସେ ସ୍ବାମୀ ବିରାଟ କୋହଲିଙ୍କ ପଇସାରେ ନ କିଣି ନିଜେ କିଣିଛନ୍ତି। ଫିଲ୍ମରେ କାମ କରି ଅର୍ଥ ରୋଜଗାର କରିବା ସହିତ ସେ କିଛି ଆଡ୍‌ରେ ମଧ୍ୟ କାମ କରନ୍ତି। ସେଥରୁ ବହୁତ ରୋଜଗାର କରିଥାନ୍ତି। ଲୋଖଣ୍ଡଲାଓ୍ବାସ୍ଥିତ ତାଙ୍କ ଅଫିସର ଦାମ୍‌ ୪.୫ କୋଟି। ୨୧୦୭ରେ ଅନୁଷ୍କା ନିଜର ଏକ ଫ୍ୟାଶନ ବ୍ରାଣ୍ଡ ଖୋଲିଥିଲେ। ଏହି ବ୍ରାଣ୍ଡର ମାର୍କେଟ ଭାଲ୍ୟୁ ପ୍ରାୟ ୬୫ କୋଟି ଟଙ୍କା ଅଟେ। ଅନୁଷ୍କା ସବୁବେଳେ ଦାମୀ ଗାଡ଼ି ଆଉ ପର୍ସ ପାଖରେ ରଖିବାକୁ ଭଲ ପାଆନ୍ତି। ତେଣୁ ତାଙ୍କ ନିକଟରେ ଅନେକ ଦାମୀ ଗାଡ଼ି ଆଉ ପର୍ସ ରହିଛି।

Share