ମୁହଁତୋଡ ଜବାବ ଦେଲେ ଅନୁଷ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହେବା ପରେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ବିଭିନ୍ନ ପୋଷ୍ଟରେ ସେ ନିଜ ବିଷୟରେ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ଅନୁଷ୍କା ତାଙ୍କ ସଦ୍ୟ ପୋଷ୍ଟରେ ସୋସିଆଲ ମିଡିଆରେ ନକାରାତ୍ମକତା ପ୍ରଚାର କରୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି। ଇନଷ୍ଟା ଷ୍ଟୋରୀରେ ଅନୁଷ୍କା ଷ୍ଟିଭେନ ବାର୍ଟଲେଟଙ୍କ ଟୁଇଟ୍‌ ଶେୟାର କରଛନ୍ତି। ଏଥିରେ ସେ ସୋସିଆଲ ମିଡିଆ ନକାରାତ୍ମକତା ଉପରେ ମନ୍ତବ୍ୟ ଦେଇଛି। ଏଥିରେ ଲେଖା ଅଛି – ସୋସିଆଲ ମିଡିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ବିଷାକ୍ତ ଆଚରଣ ଆବିଷ୍କାର କରନ୍ତି, କିନ୍ତୁ ସେମାନଙ୍କର ନୁହେଁ। ଏହି ଦୁନିଆରେ ସମାଲୋଚକଙ୍କ ଆବଶ୍ୟକତା ନାହିଁ, ବରଂ ନିଜ ବିଷୟରେ ସଚେତନ ରହୁଥିବା ଲୋକଙ୍କ ଆବଶ୍ୟକତା ରହିଛି ବୋଲି ଅନୁଷ୍କା କହିଛନ୍ତି। ସାଧାରଣତଃ ବଲିଉଡ ସେଲିବ୍ରିଟିମାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡେ। ନିକଟରେ ଅନୁଷ୍କାଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓଟି ସେ ମା’ ହେବା ପୂର୍ବର ଥିଲା। ଭିଡିଓରେ ସେ ମା’ ହେବା ପରେ କାମ କରିବେ ନାହିଁ ବୋଲି କହିଥିଲେ। କିନ୍ତୁ ମା’ ହେବାର ୩ ମାସ ପରେ ଅନୁଷ୍କା ପୁଣି କାମକୁ ଫେରିବା ପରେ ଟ୍ରୋଲ୍‌ର ଶିକାର ହୋଇଥିଲେ।

Share