କୋହଲି ଅର୍ଦ୍ଧଶତକ ହାସଲ ପରେ ଏମିତି ପ୍ରତିକ୍ରିୟା ଦେଲେ ଅନୁଷ୍କା

ଦୁବାଇ,୧।୯: ଏସିଆ କପ୍‌ରେ ଭାରତ ଏବଂ ହଂକଂ ମଧ୍ୟରେ ହୋଇଥିବା ମ୍ୟାଚରେ ଭାରତ ୪୦ ରନରେ ଜିତିଛି। ଖରାପ ଫର୍ମରେ ଥିବା ବିରାଟ କୋହଲି ଏହି ମ୍ୟାଚରେ ଅପରାଜିତ ୫୯ ରନ୍‌ର ପାଳି ଖେଳିଥିଲେ। ଦୀର୍ଘ ଦିନ ଧରି ବିରାଟଙ୍କ ଏହି ଇନିଂସକୁ ପ୍ରଶଂସକମାନେ ଅପେକ୍ଷା କରିଥିଲେ। ବିରାଟଙ୍କ ଅର୍ଦ୍ଧଶତକୀୟ ଇନିଂସ ପରେ ତାଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି।
ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ବିରାଟଙ୍କ ଫଟୋ ସହିତ ଏକ ହାର୍ଟ ଇମୋଜି ଦେଇଥିଲେ। କୋହଲି ହଂକଂ ବିପକ୍ଷରେ ୪୪ ବଲରେ ୫୯ ରନ ସଂଗ୍ରହ କରିଥିବାବେଳେ ଉଦୀୟମାନ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ୨୬ ବଲରେ ୬୮ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ।

Share