ପ୍ରଥମଥର ବାପାଙ୍କ ପାଇଁ ତାଳି ମାରିଲେ ଭାମିକା

ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯାଉଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚର ସବୁଠାରୁ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ବିରାଟ କୋହଲିଙ୍କ ଝିଅ ଭାମିକା ଏବଂ ସ୍ତ୍ରୀ ଅନୁଷ୍କା ଶର୍ମା ଅଛନ୍ତି। ଭାମିକା ଏବଂ ଅନୁଷ୍କା ଷ୍ଟାଡିୟମରୁ ବିରାଟ କୋହଲିଙ୍କୁ ଚିୟର୍‌ କରୁଥିବା ଦେଖିବାକୁ ମିଳିଛି। ବାପା ବିରାଟ କୋହଲିଙ୍କ ପାଇଁ ଫିଲ୍ଡରେ ପ୍ରଥମ ଥର ପାଇଁ ଭାମିକାଙ୍କ ସହ କରତାଳି ଦେଉଥିବାର ନଜର ଆସିଥିଲେ।
ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ, ସୋସିଆଲ ମିଡିଆରେ ନିଜ ଝିଅର ମୁହଁର ଫଟୋ ଶେୟାର କରନ୍ତୁ ନାହିଁ। ଏଭଳି ପରିସ୍ଥିତିରେ ଭାମିକାଙ୍କ ମୁହଁକୁ ସର୍ବସାଧାରଣ କରାଯାଉନାହିଁ।