ପିଲାଦିନର ବନ୍ଧୁ ହେଉଛନ୍ତି କୋହଲି-ଧୋନୀଙ୍କ ସ୍ତ୍ରୀ; ଗୋଟିଏ ସ୍କୁଲରେ ପଢ଼ିଛନ୍ତି ପାଠ…

ବମ୍ବେ: ମହେନ୍ଦ୍ର ସିଂହ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଧୋନୀଙ୍କ ପିଲାଦିନର ସାଙ୍ଗ ହେଉଛନ୍ତି ଅନୁଷ୍କା ଶର୍ମା। ଉଭୟ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପଢ଼ୁଥିଲେ। ସୋସିଆଲ ମିଡିଆରେ ଏବେ ଉଭୟଙ୍କ ପୁରୁଣା ଫଟୋ ଘୁରିବୁଲୁଛି। ଫଳରେ ଅନୁଷ୍କା ସାକ୍ଷୀଙ୍କ ସହ ଏକ କ୍ୟାଫେ ବାହାରେ ପୋଜ ଦେଉଥିବା ନଜର ଆସୁଛନ୍ତି।

୨୦୧୩ରେ ଏକ ଉତ୍ସବରେ ଅନୁଷ୍କା କହିଥିଲେ, ତାଙ୍କ ବାପା ଅବସରପ୍ରାପ୍ତ କର୍ନଲ ଅଜୟ କୁମାର ଶର୍ମା ଆସାମରେ ପୋଷ୍ଟିଂ ପାଇଥିଲେ। ସେତେବେଳେ ସେ ସେଣ୍ଟ ମେରି ସ୍କୁଲରେ ପଢ଼ୁଥିଲେ। ସେହି ସ୍କୁଲରେ ସାକ୍ଷୀ ମଧ୍ୟ ଥିଲେ। ଆସାମର ଛୋଟ ସହରରେ ଉଭୟ ସାଙ୍ଗ ହୋଇ ରହୁଥିଲେ। ସେ ବହୁତ ମଜାଳିଆ ସ୍ବଭାବର ବୋଲି ଅନୁଷ୍କା କହିଥିଲେ।