ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ବଢ଼ାଇଛନ୍ତି ବିରୁଷ୍କା, ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ମିଳୁନି ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୧: ଭାରତୀୟ କ୍ରିକେଟର ଦଳର ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବ୍ୟକ୍ତିଗତ ଜୀବନକୁ ସର୍ବଦା ଗଣମାଧ୍ୟମଠାରୁ ଦୂରେଇ ରଖୁଥିବା ଏହି ଦମ୍ପତ୍ତି ଏବେ ନିଜ ପ୍ରାଇଭେସି ଲାଗି ବଢ଼ାଇ ଦେଇଛନ୍ତି ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା।

କନ୍ୟା ସନ୍ତାନ ଜନ୍ମ ହୋଇଥିବା ମୁମ୍ବାଇର ଏକ ହସ୍ପିଟାଲରେ ଏଣ୍ଟ୍ରି ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଦମ୍ପତ୍ତି କୌଣସି ଉପହାର ଗ୍ରହଣ କରୁ ନାହାନ୍ତି। ଏପରି କି ହସ୍ପିଟାଲରେ ନିକଟ ସମ୍ପର୍କୀୟଙ୍କ ଏଣ୍ଟ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ପାଖ ରୁମ୍‌ର କୌଣସି ଭିଜିଟରଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳୁନାହିଁ ବୋଲି ଏକ ଓ୍ବେବ ପୋର୍ଟାଲରେ ରିପୋର୍ଟ ପ୍ରକାଶ ପାଇଛି। ଉଲ୍ଲେଖଥାଉ କି, ଝିଅ ଜନ୍ମ ହେବାର ଖବର କୋହଲି ସୋସିଆଲ ମିଡିଆରେ ଶେୟାର କରିବା ସମୟରେ ପ୍ରତ୍ୟେକଙ୍କୁ ତାଙ୍କ ପ୍ରାଇଭେସିକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ।

Share