ବିରୁଷ୍କାଙ୍କ ଫଟୋ ଦେଖି ଖୁସିର ଲୁହ ଗଡ଼ାଇଲେ ପ୍ରିୟଙ୍କା

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିକଟରେ ନିଜର ୩୨ତମ ଜନ୍ମଦିନ ପାଳନ କରିଛନ୍ତି। ବିରାଟ ଏବେ ଆଇପିଏଲ୍‌ ବ୍ୟସ୍ତ ଥିବାବେଳେ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଷ୍ଟାଡିୟରେ ଉପସ୍ଥିତ ରହି ତାଙ୍କୁ ଚିୟର କରୁଛନ୍ତି। ଏମିତିରେ ତ ଅନୁଷ୍କା ଖୁବଶୀଘ୍ର ମା’ ହୋଇ ବିରାଟଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି। କିନ୍ତୁ ଏହା ପୂର୍ବରୁ ଅନୁଷ୍କା ରୋମାଣ୍ଟିକ୍‌ ଅନ୍ଦାଜରେ ସ୍ବାମୀଙ୍କ ଜନ୍ମଦିନ ପାଳନ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଖେଳାଳିମାନଙ୍କ ସହ ମିଶି ବିରାଟ କେକ୍‌ କାଟିଥିଲେ। ପ୍ରଥମେ ସେ କେକ୍‌ କାଟି ପ୍ରଥମେ ଅନୁଷ୍କାଙ୍କୁ ଖୁଆଇଥିଲେ। ପରେ ଉଭୟ ପରସ୍ପରକୁ କୋଳାଗ୍ରତ କରିଥିଲେ। ସାଥୀ ଖେଳାଳିଙ୍କ ସହ କେକ୍‌ କାଟିବା ପରେ ଅନୁଷ୍କା ବିରାଟଙ୍କ ସହ କିଛି ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୋଟିଏ ଫଟୋରେ ଅନୁଷ୍କା ବିରାଟଙ୍କୁ କୋଳାଗ୍ରତ କରୁଥିବାବେଳେ ଆଉ ଏକ ଫଟୋ ତାଙ୍କୁ ଚୁମ୍ବନ ଦେଉଥିବା ନଜର ଆସୁଛନ୍ତି। ବଲିଉଡର ଅନେକ ସେଲିବ୍ରିଟି ଏହି ଫଟୋକୁ ପସନ୍ଦ କରିଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଫଟୋ ଦେଖି ଖୁସିର ଲୁହ ଗଡାଇଛନ୍ତି। ସେ ଫଟୋରେ ହାର୍ଟ ଇମୋଜୀ ସହ ଖୁସିର ଲୁହ ଇମୋଜୀ କମେଣ୍ଟ ଦେଇଛନ୍ତି। ଆଗାମୀ ବର୍ଷ ଜାନୁୟାରୀରେ ଅନୁଷ୍କା ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ଏବେ ସେ ଗର୍ଭାବସ୍ଥାକୁ ବେଶ୍‌ ଉପଭୋଗ କରୁଛନ୍ତି। ଅନେକ ସମୟରେ ସେ ସୋସିଆଲ ମିଡିଆରେ ନିଜର ଫଟୋ ଶେୟାର କରୁଛନ୍ତି।

Share