ବିମାନବନ୍ଦରରେ ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା

ଚେନ୍ନାଇ,୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ସମସ୍ତ ମ୍ୟାଚ କରୋନା ଯୋଗୁ ଚଳିତ ବର୍ଷ କେବଳ ୬ଟି ସ୍ଥାନରେ ଖେଳାଯାଉଛି। ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ସ୍ଥାନ ହେଉଛି ମୁମ୍ବାଇ ଏବଂ ଚେନ୍ନାଇ। କିଛି ଦଳ ଚେନ୍ନାଇରେ ସିଜିନ ଆରମ୍ଭ କରିଥିବାବେଳେ କିଛି ଦଳ ମୁମ୍ବାଇରେ ଆରମ୍ଭ କରିଥିଲେ। ଚଳିତ ବର୍ଷ କୌଣସି ଦଳ ନିଜ ଘରୋଇ ପଡ଼ିଆରେ ଖେଳିବାର ସୁଯୋଗ ପାଇବେ ନାହିଁ। ବିରାଟ କୋହଲିଙ୍କ ଅଧିନାୟିକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଆଇପିଏଲର ୧୪ତମ ସିଜନରେ ୩ଟି ଓପନିଂ ମ୍ୟାଚ ଖେଳିଥିଲା। ଏବେ ଦଳକୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କିଛି ମ୍ୟାଚ ଖେଳିବାକୁ ପଡିବ। ଏଥିପାଇଁ ଦଳ ଏବଂ ସେମାନଙ୍କ ପରିବାର ଏବେ ଚେନ୍ନାଇରୁ ମୁମ୍ବାଇ ଆସିଛନ୍ତି।
ଚେନ୍ନାଇ ଛାଡିବା ପରେ ଆରସିବି ଅଧିନାୟକ ବିରାଟ କୋହଲି, ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକା ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ଏହା ସହିତ ଦଳର ଅନ୍ୟ ଖେଳାଳି ଏବଂ ସେମାନଙ୍କ ପରିବାର ମଧ୍ୟ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ବିରାଟ କୋହଲି ମୁମ୍ବାଇ ବିମାନବନ୍ଦରରେ ଆରସିବି ଟି-ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ। ଏହି ସମୟରେ ଅନୁଷ୍କା ଶର୍ମାଙ୍କୁ ଧଳା ସାର୍ଟ ଏବଂ ନୀଳ ଜିନ୍ସ ପିନ୍ଧିଥିବାର ଦେଖାଯାଇଥିଲା। ଅନୁଷ୍କା ଭାମିକାଙ୍କୁ ଛାତିରେ ଜାବୁଡି ଧରିଥିଲେ। ଏହା ସହିତ ସମସ୍ତ ଖେଳାଳି ଏବଂ ସେମାନଙ୍କ ପରିବାର ମଧ୍ୟ ମାସ୍କ ସହିତ ମୁହଁରେ ମାସ୍କ ଏବଂ ଫେସ୍‌ ଶିଲ୍ଡ ଲଗାଇ ଯାତ୍ରା କରିଥିଲେ।