ରୋମାଣ୍ଟିକ ମୁଡରେ ବିରୁଷ୍କା

ମୁମ୍ବାଇ: ବଲିଉଡ ପାୱାର କପୁଲ ଅନୁଷ୍କା ଶର୍ମା ଓ ବିରାଟ କୋହଲି ନିକଟରେ ଇଣ୍ଡିଆ ସ୍ପୋର୍ଟସ ଅନର ଆୱାର୍ଡରେ ପହଞ୍ଚିଥିଲେ । ଉଭୟ ସେମାନଙ୍କ ଲୁକକୁ ନେଇ ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଏହି କପଲ ପ୍ରତିଥର ଭଳି ଷ୍ଟଣ୍ଟିିଂ ଲାଗୁଥିଲେ । ବିରାଟ ବ୍ଲାକ ବ୍ଲେଜର, ନାଭି ବ୍ଲୁ ସର୍ଟ ଓ ବ୍ଲାକ ଫର୍ମାଲ ପ୍ୟାଣ୍ଟରେ ଖୁବ୍ ହ୍ୟାଣ୍ଡସମ ଲାଗୁଥିଲେ । ଏପଟେ ଅନୁଷ୍କା ପର୍ପଲ ଡ୍ରେସରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯିଏବି ତାଙ୍କର ଏହି ଲୁକକୁ ଦେଖୁଥିଲା ପ୍ରଶଂସା ନ କରି ରହିପାରୁ ନ ଥିଲା । ଏମାନେ ପ୍ୟାପାରାଜିଙ୍କୁ ପୋଜ ଦେବାର କିଛି ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାସହ ସେହି ସମୟର କିଛି ଫଟୋ ବି ଅନୁଷ୍କା ସୋସିଆଲ ମିଡିଆରେ ଶେୟାର କରିବା ପରେ ତାଙ୍କ ପ୍ରଶଂସକଙ୍କ କମେଣ୍ଟର ସୁଅ ଛୁଟିଛି । ତେବେ ବଲିଉଡର ଏହି ପାୱାର କପୁଲଙ୍କ ଲୁକ ବିଲକୁଲ ପରଫେକ୍ଟ ଲାଗୁଥିବା ଆଲୋଚନା ହେଉଛି ।
ବିରାଟ କୋହଲି ତାଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପୋଡକାଷ୍ଟ ସମୟରେ କହିଛନ୍ତି, ଗତ ଦୁଇ ବର୍ଷ ମଧ୍ୟରେ ଯେଉଁଭଳି ଘଟଣା ଘଟିଛି, ଅ।।ମର ଗୋଟିଏ ସନ୍ତାନ ଅଛି ଏବଂ ଜଣେ ମାଆ ଭାବେ ଅନୁଷ୍କା ଦେଇଥିବା ବିଳିଦାନ ବହୁତ ବଡ । ତାଙ୍କୁ ଦେଖି ମୁଁ ଅନୁଭବ କରିଥିଲି କି ତାଙ୍କ ସାମ୍ନାରେ ମୋର ସମସ୍ୟା କିଛି ନ ଥିଲା । ଯେତେଦିନ ପର୍ଯ୍ୟନ୍ତ ତୁମ ପରିବାର ତୁମକୁ ଭଲ ପାଉଛନ୍ତି, ତୁମେ ଅଧିକ ଆଶା କରନାହିଁ, କାରଣ ଏହା ଏକ ମୌଲିକ ଆବଶ୍ୟକତା ।

Share