ଏହି ମାମଲାରେ ସୁପରମଡେଲ ଗିଗି-ଜୈନଙ୍କୁ କାଟିଲେ ବିରୁଷ୍କା: ରଚିଲେ ନୂଆ ରେକର୍ଡ

ବମ୍ବେ: ଭାରତୀୟ କ୍ରିକେଟର ବିରାଟ କୋହଲୀ ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ଶେୟାର କରି ସେ ଏହି ଖୁସି ଖବର ପ୍ରଶଂସକଙ୍କୁ କହିଥିଲେ। ଜାନୁୟାରୀରେ ଉଭୟଙ୍କ ଘରକୁ ନୂଆ ଅତିଥି ଆସିବ ବୋଲି ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ବିରାଟ କହିଛନ୍ତି। ତେବେ ଏହି ପୋଷ୍ଟ ଏବେ ରେକର୍ଡ କରିଛି।
ଅନୁଷ୍କା ମା’ ହେବାକୁ ଯାଉଥିବା ଏହି ପୋଷ୍ଟକୁ ମାତ୍ର ୨୪ ଘଣ୍ଟାରେ ୧୫.୩ ମିଲିୟନ୍‌ ଲୋକ ଲାଇକ୍‌(ପସନ୍ଦ) କରିଥିଲେ। ଫଳରେ ଏହା ସୋସିଆଲ ମିଡିଆରେ ସବୁଠାରୁ ଅଧିକ ପସନ୍ଦ କରାଯାଇଥିବା ପୋଷ୍ଟ ପାଲଟିଛି। ତାଙ୍କ ପୂର୍ବରୁ ରହିଛନ୍ତି ସୁପରମଡେଲ ଗିଗି ହଦୀଦ ଏବଂ ଜୈନ ମଲିକଙ୍କ ପୋଷ୍ଟ। ଏହାକୁ ୮.୨ ମିଲିୟନ୍‌ ଲାଇକ୍‌ ମିଳିଥିଲା। ଏହାଛଡ଼ା ଜଷ୍ଟିନ୍‌ ବିବର ଏବଂ ହୈଲି ବାଲ୍ଡବିନଙ୍କ ନିର୍ବନ୍ଧ ଫଟୋକୁ ୧୩.୪ ମିଲିୟନ୍‌ ଲାଇକ୍‌ ମିଳିଥିଲା। ଏଯାବତ କୌଣସି ସେଲିବ୍ରିଟିଙ୍କ ପୋଷ୍ଟକୁ ଏତେ ସଂଖ୍ୟକ ଲାଇକ୍ସ ମିଳି ନ ଥିବା ବେଳେ ବିରୁଷ୍କା ଏଥିରେ ରେକର୍ଡ କରିଛନ୍ତି।

Share