ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ସସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ୨ରୁ ୩ ହେବାକୁ ଯାଉଛନ୍ତି। ୨୦୨୧ ଜାନୁୟାରୀ ଅନୁଷ୍କା ନିଜ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ଏନେଇ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ମିଳିଛି। ଦେଢଶୂର ତଥା ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ଏନେଇ ଇନଷ୍ଟାଗ୍ରାମରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଉଭୟଙ୍କ ଫଟୋ ପୋଷ୍ଟ କରି ବିକାଶ କୋହଲି ଲେଖିଛନ୍ତି, ‘ତୁମ ଦୁହିଁଙ୍କ ପାଇଁ ପ୍ରକୃତରେ ଆମେ ଗର୍ବିତ। ତୁମକୁ ବହୁତ ଭଲପାଏ, ଭଗବାନ଼ ତୁମର ମଙ୍ଗଳ କରନ୍ତୁ। ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ପୋଷ୍ଟକୁ ପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ବିରାଟ ଆଇପିଏଲ ଖେଳିବା ପାଇଁ ୟୁଏଇ ଯାଇଛନ୍ତି। ତାଙ୍କ ସହ ଅନୁଷ୍କା ମଧ୍ୟ ଅଛନ୍ତି। ସେଠାକୁ ଯିବା ପରେ ବିରାଟ ପିତା ହେବା ଖବର ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଦେଇଥିଲେ। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ୨୦୧୭ ଡିସେମ୍ବର ୧୧ ଇଟାଲୀରେ ବିବାହ କରିଥିଲେ।