ଅନୁଷ୍କାଙ୍କ ବୋଲ୍ଡ ଅନ୍ଦାଜ୍‌

ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରଶଂସକଙ୍କ ସହ ପ୍ରାୟତଃ ନିଜର ଫଟୋ ଶେୟାର କରିବା ସହ କାର୍ଯ୍ୟ ସମ୍ବନ୍ଧୀୟ ଅପଡେଟ ମଧ୍ୟ ଦିଅନ୍ତି। ନିକଟରେ ଅନୁଷ୍କା ବଲିଉଡର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ହଟ୍‌ ଅବତାରରେ ନଜର ଆସିଥିଲେ। ପାର୍ଟିର ଫଟୋଗୁଡିକ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋଗୁଡିକରେ କଳା ଡ୍ରେସ୍‌ ପିନ୍ଧିଥିବା ଅନୁଷ୍କା ବେଶ ହଟ୍‌ ଏବଂ ସିଜଲିଙ୍ଗ ଦେଖାଯାଉଛନ୍ତି। ଅନୁଷ୍କାଙ୍କ ଏହି ବୋଲ୍ଡ ଦେଖି କିଛି ପ୍ରଶଂସକ ତାଙ୍କୁ ପ୍ରଶଂସା କରିଥିବାବେଳେ ଆଉ କିଛି ପ୍ରଶଂସକ ତାଙ୍କୁ ଟ୍ରୋଲ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, କଳା ଡ୍ରେସ୍‌ରେ ତୁମେ ଅଧିକ ଆକର୍ଷଣୀୟ ଲାଗୁଛ। ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, କୋହଲି ଭାଇ ଏପରି ପୋଷାକ ଉପରେ କିଛି କୁହନ୍ତି ନାହିଁ।
ଅନୁଷ୍କା ଖୁବ ଶୀଘ୍ର ଫିଲ୍ମ ‘ଚକଡା ଏକ୍ସପ୍ରେସ’ରେ ନଜର ଆସିବେ। ଏହି ଫିଲ୍ମରେ ସେ ଭାରତୀୟ ମହିଳା କ୍ରିକେଟର ଝୁଲନ ଗୋସ୍ବାମୀଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ପ୍ରାୟ ତିନି ବର୍ଷର ଦୀର୍ଘ ବ୍ୟବଧାନ ପରେ ଏହି ଫିଲ୍ମ ମାଧ୍ୟମରେ ସେ ଏହି ଅଭିନୟ ଜଗତକୁ ଫେରିବାକୁ ଯାଉଛନ୍ତି।

Share