ବମ୍ବେ: ସେଲିବ୍ରିଟି ହେବା ପରେ ସୁରକ୍ଷା ଚିନ୍ତା ସମସ୍ତଙ୍କୁ ଘାରିଥାଏ। ଏଣୁ ସେମାନଙ୍କୁ ସାଙ୍ଗରେ ବଡିଗାର୍ଡ ରଖିବାକୁ ପଡ଼ିଥାଏ। ସେହିଭଳି ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲୀଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଘରୁ ବାହାରିବା ମାତ୍ରେ ଜଣେ ବ୍ୟକ୍ତି ତାଙ୍କ ସହ ରହିଥାନ୍ତି। ସେ ହେଲେ ବଡିଗାର୍ଡ ପ୍ରକାଶ ସିଂହ ଓରଫ ସୋନୁ। ଛାଇ ଭଳି ସେ ଅନୁଷ୍କାଙ୍କ ପାଖେ ପାଖେ ରହିଥାନ୍ତି। ପ୍ରଶଂସକମାନେ ଅଭିନେତ୍ରୀଙ୍କୁ ଘେରିଲେ କିମ୍ବା ଅନ୍ୟ କିଛି ଅସୁବିଧା ହେଲେ ସେ ତାଙ୍କୁ ରକ୍ଷା କରିଥାନ୍ତି।
ପ୍ରକାଶ ସବୁବେଳେ ସଫାରି ଶୁଟ୍ ପିନ୍ଧିଥିବା ନଜର ଆସନ୍ତି। ଅନୁଷ୍କା ମଧ୍ୟ ତାଙ୍କୁ ଘରର ସଦସ୍ୟ ବୋଲି ଭାବିଥାନ୍ତି। କୌଣସି ଶୁଟିଂ ହେଲେ ପ୍ରକାଶ ଅଭିନେତ୍ରୀଙ୍କ ସହ ସେଠାକୁ ଯାଇଥାନ୍ତି। ବିଦେଶ ଗସ୍ତ ସମୟରେ ବି ସେ ସାଙ୍ଗରେ ରହିଥାନ୍ତି। ବିବାହ ପୂର୍ବରୁ ସେ ଅନୁଷ୍କାଙ୍କୁ ରକ୍ଷା କରି ଆସୁଛନ୍ତି। ବିବାହ ପରେ ମଧ୍ୟ ସେ ଅନୁଷ୍କାଙ୍କ ସହ ରହିଛନ୍ତି। ଏପରିକି ବିରାଟଙ୍କ ସୁରକ୍ଷା ମଧ୍ୟ ସେ ଦେଖୁଥିବା ନଜର ଆସୁଛି।
ଅଭିନେତ୍ରୀଙ୍କ ବଡିଗାର୍ଡ ହୋଇଥିବା ହେତୁ ମୋଟା ଅଙ୍କର ପାଉଣା ନେଇଥାନ୍ତି ପ୍ରକାଶ। ମାସକୁ ୧୦ ଲକ୍ଷ ହିସାବରେ ସେ ବାର୍ଷିକ ୧.୨ କୋଟି ଟଙ୍କା ନେଇଥାନ୍ତି।