ଟି-୨୦ ଜିତିବା ଖୁସିରେ କୋହଲିଙ୍କୁ ଏମିତି କହିଲେ ଅନୁଷ୍କା

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଟିମ ଇଣ୍ତିଆ ଟି-୨୦ ସିରିଜକୁ ୨-୦ରେ ଜିତି ନେଇଛି। ଏହାପୂର୍ବରୁ କାନବେରା ଖେଳାଯାଇଥିବା ପ୍ରଥମ ଟି-୨୦କୁ ୧୧ ରନ୍‌ରେ ଜିଥିଲା ଭାରତୀୟ ଦଳ। ଟି-୨୦ ସିରିଜ୍‌ ଜିତିବା ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଦଳ ଏବଂ ସ୍ବାମୀ ବିରାଟ କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଜୟ ପରର ଫଟୋ ଶେୟାର କରି ଅନୁଷ୍କା ଲେଖିଛନ୍ତି, ଜବରଦସ୍ତ ଦଳଗତ ପ୍ରଦର୍ଶନ ମେନ୍‌ ଇନ୍‌ ବ୍ଲୁ। ଶୁଭେଚ୍ଛା ମାଇ ଲଭ୍‌। ଏହା ଲେଖି ଲଭ୍‌ ଇମୋଜୀ ଦେଇଥିଲେ ଅନୁଷ୍କା। ସୂଚନାଯୋଗ୍ୟ, ଅନୁଷ୍କା ଏବେ ଗର୍ଭବତୀ ଅଛନ୍ତି। ଆସନ୍ତା ଜାନୁୟାରୀ ସେ ନିଜର ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ଏହି ସମୟରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟ ଟେଷ୍ଟ ସିରିଜ୍‌ ଖେଳାଯିବ। ପରିବାରକୁ ସମୟ ଦେବା ପାଇଁ ବିରାଟଙ୍କ ପିତୃକାଳୀନ ଛୁଟି ମଞ୍ଜୁରୀ ମିଳିଛି।