ଦୁଇ ବର୍ଷର ହେଲେ ଭାମିକା: ମା’ ଅନୁଷ୍କା ଶେୟାର କଲେ ସ୍ପେଶାଲ ଫଟୋ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗେହ୍ଲି ଝିଅ ଭାମିକା ଦୁଇ ବର୍ଷର ହୋଇଛନ୍ତି। ଏହି ଖାସ୍‌ ଦିନରେ ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମରେ ଝିଅଙ୍କ ବହୁତ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କ ମୁହଁ ଦେଖାଯାଉନାହିଁ। ହେଲେ ସେ ମା’ଙ୍କୁ ଚୁମ୍ବନ ଦେଉଥିବା ନଜର ଆସୁଛି। ଏବେ ଦୁହିଁଙ୍କ ଫଟୋ ଭାଇରାଲ ହେଉଛି।

୨୦୧୭ରେ ଅନୁଷ୍କା କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିଥିଲେ। ୨୦୨୧ରେ ଭାମିକାଙ୍କ ଜନ୍ମ ହୋଇଥିଲା। ସେବେଠାରୁ ଉଭୟଙ୍କ ପାଇଁ ଝିଅ ପାଲଟିଛନ୍ତି ଦୁନିଆ। ତାଙ୍କୁ ମିଡିଆର ଲାଇମ୍‌ଲାଇଟ୍‌ରୁ ଦୁହେଁ ଦୂରରେ ରଖିଛନ୍ତି। ଏଯାଏ ଝିଅଙ୍କ ମୁହଁ କାହାକୁ ଦେଖାଇନାହାନ୍ତି ବିରୁଷ୍କା।

ଅଭିନୟ ବିଷୟରେ କହିଲେ ଅନୁଷ୍କା ଦୀର୍ଘଦିନରୁ ଫିଲ୍ମରୁ ଦୂରରେ ରହିଛନ୍ତି। ଖୁବଶୀଘ୍ର ସେ ଷ୍ଟୋଟ୍ସ ଡ୍ରାମା ‘ଚକଦା ଏକ୍ସପ୍ରେସ’ ଯୋଗେ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ଏଥିରେ ସେ କ୍ରିକେଟର ଭୂମିକାରେ ନଜର ଆସିବେ।

Share