ମାତୃତ୍ୱ ଅବକାଶକୁ ଅନୁଷ୍କାଙ୍କ ନା: ଗର୍ଭାବସ୍ଥାର ସାତ ମାସରେ କଲେ ଶୁଟିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜ ଫିଲ୍ମ ଓ ଅଭିନୟକୁ ନେଇ ତ ଆଉ କେତେବେଳେ ତାଙ୍କ କାର୍ଯ୍ୟକଳାପକୁ ନେଇ। କରୋନା ଯୋଗୁ ଗତ କିଛି ମାସରୁ ସମସ୍ତ ଫିଲ୍ମ ଶୁଟିଂ ବନ୍ଦ ରହିଥିବା ବେଳେ ଏବେ ପୁଣି ଆରମ୍ଭ ହୋଇଛି। ହେଲେ ଏବେ ଅନୁଷ୍କା ଶୁଟିଂ ସେଟ୍‌କୁ ଫେରିବା ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କାରଣ ଏବେ ବିରୁଷ୍କା ମା’ ହେବାକୁ ଯାଉଛନ୍ତି। ବର୍ତ୍ତମାନ ସେ ମାତୃତ୍ୱ ଜୀବନ ଜିଉଥିବା ବେଳେ ଏଭଳି ସ୍ଥିତିରେ ଅନୁଷ୍କା ମାତୃତ୍ୱ ଅବକାଶ ନ ନେଇ ଗର୍ଭାବସ୍ଥାର ୭ ମାସରେ ପୁଣି ଥରେ ଶୁଟିଂ ଆରମ୍ଭ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନୁଷ୍କାଙ୍କ ଅଭିନୟ ଦେଖିଲେ କାମ ପ୍ରତି ତାଙ୍କର ନିଷ୍ଠା ବେଶ୍‌ ବାରି ହୋଇପଡ଼େ। ତେବେ ଶନିବାର ଭ୍ୟାନିଟି ଭ୍ୟାନରୁ ବାହାରୁଥିବାର ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି। କୁହାଯାଉଛି, ନିକଟରେ ଅନୁଷ୍କା ଏକ ବିଜ୍ଞାପନ ପ୍ରୋଜେକ୍ଟର ଶୁଟିଂ ପୁରା କରିଛନ୍ତି। କିନ୍ତୁ ଏହାକୁ ସମ୍ପୁର୍ଣ୍ଣ ଗୋପନୀୟ ରଖାଯାଇଛି। ତେବେ ଅନୁଷ୍କାଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

Share