ସମସ୍ତେ ଜାଣିଛନ୍ତି କି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି। କିନ୍ତୁ କୋହଲିଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ଅନୁଷ୍କା। ଏକ ବିଜ୍ଞାପନ ଶୁଟିଂରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ବେଶ୍ କିଛି ଡେଟିଂ କରିବା ପରେ ବିରାଟ ଅନୁଷ୍କାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ କ୍ୟାରିୟର ପାଇଁ ଅନୁଷ୍କା ଏହାକୁ ଏଡାଇ ଦେଇଥିଲେ। ଏଥିପାଇଁ ମଝିରେ ଉଭୟଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଯାଇଥିଲା। ପରେ ଅନୁଷ୍କା ନିଜ ଭୁଲ ବୁଝିପାରି ପୁଣି ବିରାଟଙ୍କୁ ମନାଇବାରେ ଲାଗିଥିଲେ। ବାକିଥିବା ପ୍ରୋଜେକ୍ଟ ସବୁ ଶେଷ କରି ଶେଷରେ ଉଭୟ ଇଟାଲୀରେ ଖୁବ୍ ଧୁମ୍ଧାମ୍ରେ ବିବାହ କରିଥିଲେ। ବିବାହ ପରେ ଅନୁଷ୍କା ଫିଲ୍ମ ଜଗତରୁ ନିଜକୁ ଦୂରେଇ ରଖି ପ୍ରଯୋଜନାରେ ସାମିଲ ହୋଇଛନ୍ତି।