ଗାଈ କି ମଇଁଷି ନୁହେଁ, ଏହି କ୍ଷୀର ପିଅନ୍ତି ଅନୁଷ୍କା ଶର୍ମା

ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ବଲିଉଡରୁ ଦୂରତା ବଜାୟ ରଖିଛନ୍ତି। କିନ୍ତୁ ପ୍ରାୟତଃ ଅନୁଷ୍କା ତାଙ୍କ ଫ୍ୟାଶନ ଷ୍ଟେଟମେଣ୍ଟ ଏବଂ ଫିଟନେସ ପାଇଁ ଚର୍ଚ୍ଚାରେ ଥାନ୍ତି। ସେ ଏକ କଡ଼ା ଡାଏଟ୍‌ ଫଲୋ କରନ୍ତି। ସେ ଆଦୌ ଚିନି ଖାଆନ୍ତି ନାହିଁ ।
ଏହା ବ୍ୟତୀତ ଅନୁଷ୍କା ଗାଈ କି ମଇଁଷି ନୁହେଁ, ଘରେ ତିଆରି ବାଦାମ କ୍ଷୀର ପିଅନ୍ତି। ସେ ନିଜେ ଏହା ପ୍ରକାଶ କରିଥିଲେ। ଏହାସହ ବାଦାମ କ୍ଷୀରର ରେସିପି ମଧ୍ୟ ସେ ଶେୟାର କରିଥିଲେ। ଏକ ପୁରୁଣା ସାକ୍ଷାତକାରରେ ସେ କହିଥିଲେ, ମୁଁ ସବୁବେଳେ କିଛି ଜିନିଷରୁ ଦୂରେଇ ରୁହନ୍ତି। ମୁଁ ଚିନି ଆଦୌ ଖାଏ ନାହିଁ । ମୁଁ ବଜାର କ୍ଷୀର ଖାଏ ନାହିଁ । ମୁଁ ଅମୃତଭଣ୍ଡା, ମିଲେଟ, ଜୋୱାର ଏବଂ କ୍ୱିନୋଆରୁ ପ୍ରସ୍ତୁତ ରୁଟି ଖାଏ।

ଅନୁଷ୍କା ତାଙ୍କ ଜଳଖିଆରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତି। ଥରେ ସେ ସୁସ୍ଥ ଦହି ଏବଂ ମୁସଲିର ଏକ ଫଟୋ ମଧ୍ୟ ଶେୟାର କରିଥିଲେ। ସେ ଜଳଖିଆ ପାଇଁ ଇଡଲି ସାମ୍ବର ଖାଇବାକୁ ମଧ୍ୟ ପସନ୍ଦ କରନ୍ତି।
ଅନୁଷ୍କା ଦିନ ପ୍ରାୟ ୧୧-୧୨ଟା ସମୟ ମଧ୍ୟରେ ମଧ୍ୟାହ୍ନ ଭୋଜନ କରନ୍ତି। ସେ ମଧ୍ୟାହ୍ନ ଭୋଜନରେ ଡାଲି, ରୁଟି ଏବଂ ପନିପରିବା ଖାନ୍ତି। ଏହା ବ୍ୟତୀତ ସେ ଆଳୁ ତରକାରୀକୁ ବହୁତ ପସନ୍ଦ କରନ୍ତି।
ତାଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଅନୁଷ୍କା ମଧ୍ୟ ଶୀଘ୍ର ରାତ୍ରି ଭୋଜନ କରନ୍ତି। କେବଳ ଏତିକି ନୁହେଁ, ତାଙ୍କ ଝିଅ ଭାମିକା ଶୀଘ୍ର ରାତ୍ରି ଭୋଜନ କରନ୍ତି କାରଣ ସେ ଶୀଘ୍ର ଶୋଇଥାନ୍ତି, ସେଥିପାଇଁ ସେ ୫.୩୦ ସୁଦ୍ଧା ରାତ୍ରୀ ଭୋଜନ କରନ୍ତି।

ଅନୁଷ୍କାଙ୍କୁ ଶେଷ ଥର ପାଇଁ ଜିରୋ ଫିଲ୍ମରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା Song Jae Rim

ସିଓଲ: କୋରିଆନ୍‌ ଡ୍ରାମା ପ୍ରଶଂସକଙ୍କ ଲାଗି ଦୁଃଖଦ ଖବର। ୩୯ ବର୍ଷ ବୟସରେ ଦକ୍ଷିଣ କୋରିଆର ଜଣାଶୁଣା ଅଭିନେତା ସଙ୍ଗ ଜେ ରିମଙ୍କ ମୃତ୍ୟୁ ଘଟିଛି।...

ପୌରାଣିକ ଚଳଚ୍ଚିତ୍ର ନିର୍ମାଣରୁ ଦୂରେଇ ରୁହନ୍ତି ରୋହିତ

ମୁମ୍ବାଇ: ଆକ୍ସନ୍‌-ପ୍ୟାକ୍‌ ଫିଲ୍ମ ପାଇଁ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ବେଶ୍‌ ଜଣାଶୁଣା। ସମ୍ପ୍ରତି ସେ ତାଙ୍କ ଚଳଚ୍ଚିତ୍ର ‘ସିଙ୍ଘମ୍‌ ଏଗେନ୍‌’ ପାଇଁ...

ପରିଚୟ ଲୁଚାଉଥିଲେ ଶ୍ରୁତି

ଚେନ୍ନାଇ: ଅଭିନେତ୍ରୀ ଶ୍ରୁତି ହାସନ ଦୀର୍ଘବର୍ଷ ହେବ ଅଭିନୟ ଜଗତରେ ସକ୍ରିୟ ରହିଛନ୍ତି। ସେ ତାଙ୍କ ବାପା କମଲ ହାସନଙ୍କ ପରି ଦକ୍ଷିଣ ଭାରତୀୟ ସିନେମାଠାରୁ ଆରମ୍ଭ...

ପ୍ରଭାସଙ୍କ ‘ସାଲାର-୨’ ରେ ନଜର ଆସିବେ କୋରିଆର ଚର୍ଚ୍ଚିତ ଅଭିନେତା ଡନ୍ ଲି!

ମୁମ୍ବାଇ: ଦକ୍ଷିଣ କୋରିଆ ଚର୍ଚ୍ଚିତ ଅଭିନେତା ଡନ୍ ଲି ଯିଏ ମା ଡଙ୍ଗ-ସେଓକ ନାମରେ ମଧ୍ୟ ଜଣା, ରବିବାର ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି...

ଆଉ ନାହାନ୍ତି ଲୋକପ୍ରିୟ ତାମିଲ ଅଭିନେତା ଦିଲ୍ଲୀ ଗଣେଶ

ଚେନ୍ନାଇ,୧୦।୧୧: ପରପାରିରେ ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଅଭିନେତାଙ୍କ...

‘ସିକନ୍ଦର’ ସେଟରେ ବଢିଲା ସଲମାନଙ୍କ ସୁରକ୍ଷା, ଲରେନ୍ସ ଗ୍ୟାଙ୍ଗର ଧମକ ପରେ…

ମୁମ୍ବାଇ,୧୦।୧୧: ବଲିଉଡ ଦବଙ୍ଗ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନା ଆଗାମୀ ଫିଲ୍ମ ‘ସିକନ୍ଦର’ର ସୁଟିଂ ପାଇଁ ହାଇଦ୍ରାବାଦର ଫାଲକନୁମା ପ୍ୟାଲେସରେ ପହଞ୍ଚିଛନ୍ତି। ଫିଲ୍ମର ସୁଟିଂ...

ଆମେ ଏବେ ବି ପରିବାର, ୫ ମାସ ହେବ ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ନେଲେ ୟୁଟର୍ନ!

ନୂଆଦିଲ୍ଲୀ,୧୦।୧୧: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଅତୀତରେ ଅନେକ ଚର୍ଚ୍ଚାରେ ଥିଲା। ପ୍ରାୟ ୫ମାସ ପୂର୍ବେ,...

ପ୍ରେମ ସରିଲା, ଟାଟୁ ଲିଭିଲା

ପ୍ରେମ ଯେତେବେଳେ ହୁଏ ଚାରିଆଡ ଲାଗେ ପ୍ରେମମୟ। ମନ କହେ ସେଇ ମଣିଷଟି ହିଁ ସବୁଠୁ ନିଜର। ସେ ସାଥୀ ସାତ ଜନ୍ମର। ଏଇ ପ୍ରେମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri