ବ୍ୟକ୍ତିଗତ ଜୀବନରେ ବଡ଼ ନିଷ୍ପତ୍ତି ନେଇ ଚମକାଇଲେ ଅନୁଷ୍କା

ବମ୍ବେ: ବ୍ୟକ୍ତିଗତ ଜୀବନରେ ବଡ଼ ନିଷ୍ପତ୍ତି ନେଇ ଚମକାଇଲେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ସେ ନିଜର ପ୍ରଯୋଜନା ସଂସ୍ଥା କ୍ଲିନ୍‌ ସ୍ଲେଟ୍‌ ଫିଲ୍ସରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି। ପରିବାର ଏବଂ ଅଭିନୟରେ ମନୋନିବେଶ କରିବା ଲାଗି ସେ ସମ୍ପୂର୍ଣ୍ଣ ଭାବେ ନିଜକୁ ଅଲଗା କରିଛନ୍ତି। ଏପରିକି ଆଗକୁ ସଂସ୍ଥାର ଦାୟିତ୍ୱ ତାଙ୍କ ଭାଇ ସମ୍ଭାଳିବେ ବୋଲି ଅନୁଷ୍କା କହିଛନ୍ତି।

୨୦୧୩ରେ ଭାଇ କର୍ଣ୍ଣେଶ ଶର୍ମାଙ୍କ ସହ ମିଶି ଏହି ପ୍ରଯୋଜନା କମ୍ପାନୀର ପ୍ରତିଷ୍ଠା କରିଥିଲେ ଅନୁଷ୍କା। ଏହାର ଅଧିନରେ ‘ପାତାଲ ଲୋକ, ଏନ୍‌ଏଚ୍‌ ୧୦, ଫିଲୌରୀ, ପରୀ ଏବଂ ବୁଲ୍‌ବୁଲ୍‌’ ଭଳି ଫିଲ୍ମ ଏବଂ ଓ୍ବେବ୍‌ ସିରିଜ ପରଦାକୁ ଆସିଛି। ଏହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଏବେ ଅନୁଷ୍କାଙ୍କ ଏଭଳି ନିଷ୍ପତ୍ତି ଅନେକଙ୍କୁ ନିରାଶ କରିଛି।

ସଂସ୍ଥାରୁ ହଟି ଅଭିନୟରେ ମନୋନିବେଶ କରିବେ ବୋଲି ଅନୁଷ୍କା ନିଜ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ଅନେକ ତାଙ୍କ ନିଷ୍ପତ୍ତି ଠିକ୍‌ ନୁହେଁ ବୋଲି କହୁଥିବା ଦେଖାଯାଉଛି।

Share