ପାକିସ୍ତାନ କ୍ରିକେଟର୍‌ଙ୍କ ମୁହଁ ବନ୍ଦ କଲେ ଅନୁଷ୍କାଙ୍କ ପ୍ରଶଂସକ

ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବିବାହକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନିକଟରେ ଶୋଏବ ଅଖତର ବିରାଟଙ୍କ ଖରାପ ପ୍ରଦର୍ଶନ ପଛରେ କୋହଲିଙ୍କ ବିବାହକୁ ଦାୟୀ କରିଛନ୍ତି। ବିରାଟ ଏତେ ଶୀଘ୍ର ବିବାହ କରିବା ଉଚିତ୍‌ ନ ଥିଲା, ବିବାହ ପରେ ବିରାଟ କୋହଲିଙ୍କ ଗ୍ରାଫ ଖସିଯାଇଛି ବୋଲି ସେ କହିଛନ୍ତି। ଶୋଏବ ଅଖତରଙ୍କ ଅନୁଯାୟୀ ଯଦି ବିରାଟ ତାଙ୍କ ବ୍ୟାଟିଂ ପ୍ରତି ଧ୍ୟାନ ଦେଇଥାନ୍ତେ ତେବେ ସେ ୧୦୦ରୁ ୧୨୦ ଶତକ ମାରିଥାନ୍ତେ। ସୋସିଆଲ ମିଡିଆରେ ଅନୁଷ୍କାଙ୍କ ପ୍ରଶଂସକମାନେ ଅଖତରଙ୍କ ଏହି ତର୍କକୁ ମୂର୍ଖାମୀ ବୋଲି କହୁଛନ୍ତି। ଲୋକମାନେ ଟୁଇଟରରେ ଲେଖିଛନ୍ତି, କାହାର ବ୍ୟକ୍ତିଗତ ଜୀବନ ଉପରେ ମନ୍ତବ୍ୟ ଦେବା ଠିକ ନୁହେଁ। ମାଗଣା ପରାମର୍ଶ ନ ଦେବାକୁ ସେମାନେ ସୋଏବଙ୍କୁ ଅନୁରୋଧ କରିଚନ୍ତି।
ଜଣେ ୟୁଜର୍ସ ଟୁଇରରେ ଲେଖିଛନ୍ତି, ଶୋଏବ ଅଖତରଙ୍କ ଅନୁଯାୟୀ କ୍ୟାରିୟର ସବୁକିଛି। ପ୍ରେମ ଜୀବନ, ପରିବାର, ସୁଖ ତୁମ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ ଭାବୁଛି ଏହି ପ୍ରକାରର ଲୋକମାନେ ମୁହଁ ବନ୍ଦ କରିବା ଉଚିତ୍‌।

Share