ମା’ ହେବାର ତୁରନ୍ତ ପରେ ଏହି କାମ କରିବାକୁ ଚାହୁଁଛନ୍ତି ଅନୁଷ୍କା ଶର୍ମା: ଜାଣନ୍ତୁ ତାହା କ’ଣ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ ସେ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି। ମା’ ହେବା ପରେ ତାଙ୍କ ଜୀବନରେ କ’ଣ ସବୁ ପରିବର୍ତ୍ତନ ହେବ ତାହା ସେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।
ଅନୁଷ୍କା କହିଛନ୍ତି ଯେ, ମା’ ହେବାକୁ ନେଇ ସେ ଯେତିକି ଉତ୍ସାହିତ, ନିଜ କାମକୁ ଫେରିବାକୁ ନେଇ ମଧ୍ୟ ଠିକ୍‌ ସେମିତି ଉତ୍ସାହିତ ଅଛନ୍ତି। ମା’ ହେବା ତୁରନ୍ତ ପରେ ସେ କାମକୁ ଫେରିବେ ବୋଲି କହିଛନ୍ତି। ଜୀବନରେ ଏମିତି ଏକ ସିଷ୍ଟମ ତିଆରି ହୋଇଯାଉ ଯେପରି ନିଜ କାମ, ପିଲା ଏବଂ ଘର ମଧ୍ୟରେ ସମନ୍ବୟ ସୃଷ୍ଟି କରିପାରିବି ବୋଲି ସେ କହିଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ଅନୁଷ୍କା ନିଜର ଅଭିନୟ ଜାରି ରଖିବେ। କାରଣ ଅଭିନୟ କରିବାକୁ ତାଙ୍କୁ ବହୁତ ଭଲ ଲାଗେ ବୋଲି ଅନୁଷ୍କା କହିଛନ୍ତି।

Share