ମୁମ୍ବାଇ: ବଲିଉଡର ଆଗାଧାଡିର ନାୟିକା ଅନୁଷ୍କା ଶର୍ମା । ତାଙ୍କର ଚୁଲବୁଲି ଅନ୍ଦାଜ ସହ ମିଲିୟନ ଡଲାରର ସ୍ମାଇଲରେ ସେ ସମସ୍ତଙ୍କୁ ପ୍ରଭାବିତ କରି ପାରନ୍ତି । ଏକଦଶକୁ ଅଧିକ ସମୟ ଧରି ବଳିଉଡ୍ରେ ରାଜ କରିଥିବା ଅନୁଷ୍କା ପ୍ରାୟ ସବୁ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି । ଏବେ ରିୟଲ ଲାଇଫରେ ଅନୁ୍ଷ୍କା ଜଣେ ମା’ ଭାବେ ବି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏବେ ଅଭିନେତ୍ରୀ ତାଙ୍କ ଆଗାମୀ ଫିଲ୍ମ ‘ଚକଦା ଏକ୍ସପ୍ରେସ’ର ଶୁଟିଂ ପାଇଁ ଲଣ୍ଡନରେ ଅଛନ୍ତି । ଆଉ ସେଠାରେ ସେ ତାଙ୍କ ଝିଅ ଭାମିକାକୁ ପାର୍କ ନେଇ ଯିବାକୁ କିଛି ସମୟ ବାହାର କରିଥିବା ଦେଖାଯାଇଛି । ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମରେ ହାଲକା ପର୍ପଲ କଲର ହୁଡି, ବ୍ଲୁ କଲର ଜିନ୍ସ ଓ ଜୋତା ପିନ୍ଧିଥିବା ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ପ୍ଲେ ପାର୍କରେ ମୋର ଆଜିର ଦିନ ଖୁବ୍ ସୁନ୍ଦର ରହିଲା, ଯେଉଁଠିକି ମୁଁ ମୋ ଝିଅ ପାଇଁ ଯାଇଥିଲି । ଅନୁଷ୍କାଙ୍କର ଏହି ପୋଷ୍ଟକୁ ତାଙ୍କ ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି । ପୋଷ୍ଟକୁ ଲାଇକ କରିବା ସହ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟସ ବି ଦେଉଛନ୍ତି ।