ସଲମାନ୍‌ଙ୍କୁ ପସନ୍ଦ କରନ୍ତିନି ବିରାଟ କୋହଲି: କାରଣ ଜାଣିଲେ…

ମହାମାରୀ କରୋନା ସମୟରେ କଳାକାରଙ୍କ ଥ୍ରୋବ୍ୟାକ୍‌ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ସଲମାନ୍‌ ଖାନ୍‌, ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଏକ କାହାଣୀ ଭାଇରାଲ ହେଉଛି। ଏମିତିରେ ବର୍ତ୍ତମାନ ଦେଖିବାକୁ ଗଲେ ସଲମାନ୍‌ ତାଙ୍କ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବାବେଳେ ଅନୁଷ୍କା ନିଜ ଝିଅ ସହ ସମୟ ବିତାଉଛନ୍ତି।
ତେବେ ସଲମାନ୍‌-ଅନୁଷ୍କା ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ସୁଲତାନ୍‌ରେ ଏକାଠି କାମ କରିଥିଲେ। ଏହି ଫିଲ୍ମ ଏହା ସେହି ବର୍ଷର ସବୁଠାରୁ ହିଟ୍‌ ଫିଲ୍ମ ହୋଇଥିଲା। ଏଥିରେ ଉଭୟଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଫିଲ୍ମର ପ୍ରମୋଶନରେ ଅନୁଷ୍କା-ସଲମାନ୍‌ଙ୍କୁ ସବୁ ସମୟରେ ଏକାଠି ଦେଖିବାକୁ ମିଳୁଥିଲା। ହେଲେ ଅନୁଷ୍କା ଯେତେବେଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିବାହ କଲେ ସେ ପାର୍ଟିକୁ ସଲମାନ୍‌ଙ୍କ ଡାକି ନ ଥିଲେ।
ପ୍ରକୃତ କଥା ହେଲା, ୨୦୧୫ରେ ସଲମାନ୍‌ ଏକ ଅଳଙ୍କାର ଦୋକାନର ଲଞ୍ଚିଂ ପାଇଁ ଦୁବାଇ ଯାଇଥିଲେ। ଏହି ଅବସରରେ ସଲମାନ୍‌ଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା। ଏପରିକି ସଲମାନ୍‌ଙ୍କୁ ବିରାଟଙ୍କ ସହ ମଧ୍ୟ ତୁଳନା କରାଗଲା। ବିରାଟ-ଅନୁଷ୍କାଙ୍କ ମଧ୍ୟରେ ଯେତେବେଳେ ସଲମାନ୍‌ଙ୍କୁ ନେଇ କିଛି କୁହାଯାଇଥିଲା ସେ ତାହାକୁ ଖାରଜ କରିଥିଲେ। ଏଥିସହ ସଲମାନ୍‌ ବିରାଟଙ୍କୁ ମେଟ୍ରୋସେକ୍ସୁଆଲ ବୋଲି କହିଥିଲେ। ଏହାର ଅର୍ଥ ହେଉଛି, ଯେଉଁ ବ୍ୟକ୍ତି ନିଜ ଲୁକ୍‌କୁ ନେଇ ବହୁତ ଚିନ୍ତା କରିଥାଏ ଏବଂ ସପିଂ ପାଇଁ ସବୁଠାରୁ ଅଧିକ ସମୟ ବିତାଇଥାଏ। ଏହାପରେ ସଲମାନ୍‌ ନିଜ କଥାକୁ ବଦଳାଇ ଦେଇଥିଲେ। ମାତ୍ର ସଲମାନ୍‌ଙ୍କ ଏହି କଥା ବିରାଟଙ୍କୁ ଆଦୌ ହେଲେ ପସନ୍ଦ ଆସି ନ ଥିଲା। ତେଣୁ ସେ ନିଜ ବିବାହ ପାର୍ଟିକୁ କ୍ରିକେଟ ଏବଂ ବଲିଉଡ୍‌ର ଅଧିକାଂଶ ବ୍ୟକ୍ତିଙ୍କୁ ଡାକିଥିବା ବେଳେ ସଲମାନ୍‌ଙ୍କୁ ଡାକି ନ ଥିଲେ। ବିରାଟ ସଲମାନ୍‌ଙ୍କୁ ଏହି କାରଣ ପାଇଁ ପସନ୍ଦ କରନ୍ତି ନାହିଁ ବୋଲି ମଧ୍ୟ କୁହାଯାଏ।