ଏହି ରୋଗରେ ଆକ୍ରାନ୍ତ ଅନୁଷ୍କା ଶର୍ମା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ସେ ବାରମ୍ବାର କ୍ଲିନିକ୍‌ ଯାଉଥିବା ମଧ୍ୟ ନଜର ଆସିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଗର୍ଭାବସ୍ଥାକୁ ନେଇ କୌଣସି ଅସୁବିଧା ହୋଇନାହିଁ। ଆତ୍ର ଅନେକ ବର୍ଷ ହେବ ସେ ଏକ ଅସହ୍ୟ ରୋଗରେ ଆକ୍ରାନ୍ତ ଅଛନ୍ତି। ଏହି ରୋଗ ହେଉଛି ‘ବଲଗିଙ୍ଗ୍‌ ଡିସ୍କ’। ଏହା ଦ୍ୱାରା ଶରୀରରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଏହି ସମସ୍ୟା ତଳ ପିଠି ଏବଂ ବେକରେ ହୋଇଥାଏ। ଏହାର ଲକ୍ଷଣ ହନିଏଟେଡ୍‌ ଡିସ୍କ ପରି ହୋଇଥାଏ। ଏହି କାରଣରୁ ଏହାକୁ ହର୍ନିଏଟେଡ ଡିସ୍କ ମଧ୍ୟ କୁହାଯାଏ। ଅନେକ ଦିନ ହେବ ଅନୁଷ୍କା ଏହି ରୋଗରେ ଆକ୍ରାନ୍ତ ଅଛନ୍ତି।

Share