ଆଶ୍ୱାସନା ଦେଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟ୍‌ର ଜଣେ ବଡ଼ ପ୍ରଶଂସକ। ଭାରତୀୟ ପୁରୁଷ ହେଉ କିମ୍ବା ମହିଳା କ୍ରିକେଟ ଦଳର ପ୍ରତ୍ୟେକ ମ୍ୟାଚ୍‌ ସେ ଦେଖନ୍ତି। ମହିଳା ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇ ସେମିଫାଇନାଲ୍‌ ଦୌଡରୁ ବାଦ୍‌ ପଡିଛି। ଏହି ପରାଜୟରେ କ୍ରିକେଟ ପ୍ରଶଂସକମାନେ ଦୁଃଖିତ ଥିବାବେଳେ ଅନୁଷ୍କା ଦଳକୁ ଉତ୍ସାହିତ କରିଛନ୍ତି। ଅନୁଷ୍କା ଦଳ ପାଇଁ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ ଏକ ବାର୍ତ୍ତା ଲେଖିଛନ୍ତି। ଅନୁଷ୍କା ଲେଖିଛନ୍ତି, ଫଳାଫଳ ଯାହା ଚାହିଁଥିଲୁ ତାହା ଆସିଲା ନାହିଁ ଏବଂ ଏହା ନିଶ୍ଚିତ ଭାବରେ ମୋର ହୃଦୟକୁ ଭାଙ୍ଗି ଦେଇଛି। କିନ୍ତୁ ତୁମେ ସମସ୍ତେ ଶେଷ ପର୍ଯ୍ୟନ୍ତ ଏକ ବଡ଼ ଲଢେଇ। ତୁମ ସମସ୍ତଙ୍କ ଉପରେ ଆମର ସର୍ବଦା ସମର୍ଥନ ଏବଂ ବିଶ୍ୱାସ ରହିବ।ଏହା ସହିତ ଅନୁଷ୍କା ଭାରତୀୟ ପତାକାର ଏକ ଇମୋଜି ଏବଂ ନୀଳ ରଙ୍ଗର ଏକ ହାର୍ଟ ଇମୋଜି ଦେଇଛନ୍ତି।
ଅନୁଷ୍କା କ୍ରିକେଟ ଉପରେ ଆଧାରିତ ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସେ ଭାରତୀୟ ମହିଳା ଦ୍ରୁତ ବୋଲର୍‌ ଝୁଲନ ଗୋସ୍ବାମୀଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ। ଫିଲ୍ମ ସହ ଜଡିତ କିଛି ଭିଡିଓ ମୁକ୍ତିଲାଭ କରିଛି। ଭିଡିଓରେ ଅନୁଷ୍କା ଝୁଲନଙ୍କ ଅବତାରରେ ଖେଳୁଥିବାର ନଜର ଆସିଛନ୍ତି। କେବଳ ଏତିକି ନୁହେଁ, ସେ ଝୁଲନଙ୍କ ପରି ବଙ୍ଗାଳୀ ଭାଷାରେ ମଧ୍ୟ କଥା ହେଉଛନ୍ତି। ଅନୁଷ୍କାଙ୍କୁ ଶେଷ ଥର ପାଇଁ ୨୦୧୮ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଥିଲା।

Share